ଟାଟା ମେଜିକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ, ଆଠ ଗୁରୁତର ଆହତ

ମୋହନା(କେ ନ୍ୟୁଜ): ଗଜପତି ଜ଼ିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଗୁଆର ଗ୍ରାମ ନିକଟରେ ଏକ ଟାଟା ମେଜିକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ରେବିଡି ଗ୍ରାମର ଦିଲେସ୍ ନେନି(୧୯), ଗୁରୁତର ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଖଜୁରୀପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ରେବିଡି ଗ୍ରାମରୁ ଏକ ଟାଟା ମେଜିକରେ ୧୫ରୁ ଉର୍ଦ୍ଧ ଲୋକ ନୂଆଗଡ ସାପ୍ତାହିକ ହାଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଆର. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇଛି । କିଭଳି ଦୁର୍ଘଟଣା ଘଟିଲା ତାର ତଦନ୍ତ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.