କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ, ଆକ୍ରମଣରେ ମହିଳା ଗୁରୁତର

କରଞ୍ଜିଆ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । କରଞ୍ଜିଆ ରେଞ୍ଜର ମାଜୁରା ସାହିରେ ହାତୀ ଆକ୍ରମଣରେ ମହିଳା ଗୁରୁତର। ମହିଳା ଜଣଙ୍କ ଘର ନିକଟରେ ଥିବା ବେଳେ ଗୋଟିଏ ଦନ୍ତା ନିକଟସ୍ଥ କାଜୁ ଜଙ୍ଗଲରୁ ଆସି ଆକ୍ରମଣ କରିଥିଲା । ଆକ୍ରମଣରେ କାଜଲ ସିଂ ହାଁସଦା ନାମକ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ବଡ ମେଡ଼ିକାଲ ନେବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ।ଏବେ କରଞ୍ଜିଆ ଉପଖଣ୍ଡର ବିଭିନ୍ନ ସ୍ଥାନରେ ୨୮ ଟି ହାତୀ ଅଛନ୍ତି । ଗତ ୩ ମାସ ଭିତରେ ୭୦ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀ ପଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.