୨୮ ବର୍ଷୀୟ ଯୁବକର ବଡ଼ ଧରଣର ଟିଡିଏସ୍‌ ଠକେଇ: ଗିରଫ କଲା EOW

ଭୁବନେଶ୍ବର(କେନ୍ୟୁଜ୍):  ବଡ଼ ଧରଣର ଟିଡିଏସ୍‌ ଠକେଇର ପର୍ଦ୍ଦାଫାସ୍‌ । ହରିୟାଣାର ଜଣେ ୨୮ ବର୍ଷୀୟ ଯୁବକ ନୀରଜ ସିଙ୍ଗ୍‌ଲାକୁ ଗିରଫ କଲା EOW। ଫରିଦାବାଦ ଜେଏମ୍‌ଏଫ୍‌ସିରେ ହାଜର କରି ରିମାଣ୍ଡରେ ଅଣାଯାଇଛି। ନୀରଜ ସିଙ୍ଗଲାକୁ ୩ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ୱର ଆଣିଛି EOW। ୩ଟି ନକଲି କମ୍ପାନୀ କରି ସାରା ଦେଶରେ ଟିଡିଏସ୍‌ ଠକେଇ କରିଥିଲା ଅଭିଯୁକ୍ତ ।

ଠକେଇରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି । ନୀରଜ ଦେଶବ୍ୟାପୀ TDS ରିଫଣ୍ଡ ସ୍କାମ୍‌ର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା । ନିଜେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ଅନ୍ୟ କିଛି ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଜରିଆରେ ଠକେଇ କରିଥିଲା । ଠକେଇରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି EOW।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.