କରିବାକୁ ଚାହୁଁଛନ୍ତି କି ଟସର ଚାଷ? ଅଳ୍ପ ଖର୍ଚ୍ଚରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଚାଷୀ

କରଞ୍ଜିଆ : ଆମ ଓଡିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ଯ । ଏଠାରେ ବର୍ଷ ତମାମ ଚାଷୀ ପୁଅ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଅମଳ କରିଥାଏ, ଆଉ ସେହି ଅମଳକୁ ବିକି ନିଜ ପରିବାର ପୋଷିଥାଏ । ଏକଥା କାହାକୁ ବା ଅଜଣା। ତେବେ ଆପଣ ମାନେ ଅନେକ ଚାଷ ବିଷୟରେ ଜାଣିଥିବେ ଆଉ ଦେଖିଥିବେ ମଧ୍ୟ । ହେଲେ ଆଜି ଆମେ ଏମିତି ଏକ ଚାଷ ବିଷୟରେ ଆପଣମାନଙ୍କୁ ଜଣାବାକୁ ଯାଉଛୁ ଯେଉଁଥିରେ ଲାଭ ୩୦ ରୁ ୪୦ % ପର୍ଯ୍ୟନ୍ତ ହେଇଥାଏ । ଏହାର ଚାହିଦା ବି ଦେଶ ଓ ବିଦେଶରେ ବେଶ୍ ରହିଛି । ଏମିତି ଏକ ଚାଷ ହେଉଛି ଟସର ଚାଷ ।

tasarଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଜୀବନ ଜୀବିକା ନିର୍ବାହ ପାଇଁ ସରକାର ତରଫରୁ ଟସର ଚାଷ ପାଇଁ ଉଦ୍ୟମ ଜାରି କରାଯାଇଛି। ଟସର ଚାଷୀ ମାନଙ୍କ ଉଦ୍ଦେଶ୍ୟ ନେଇ ୧୯୭୯ ମସିହା ଠାରୁ ସମବାୟ ସମିତି ଠାକୁରମୁଣ୍ଡା ବ୍ଳକ କେଦୁଜିଆଣି ଠାରେ ପ୍ରତିଷ୍ଠା କରାଯାଇଥିଲା । ସେହିଦିନ ଠାରୁ ପ୍ରାୟ ଏହି ସମବାୟ ସମିତି ଜରିଆରେ ପ୍ରାୟ ୭୦୦ ଚାଷୀ ନିର୍ଭର କରୁଛନ୍ତି ଏହି ଅନୁଷ୍ଠାନ ପ୍ରତି । ଠାକୁରମୁଣ୍ଡା ବ୍ଳକର ପୁରୁଷ ଓ ମହିଳା ମାନେ ଟସର ଚାଷ କରି ସ୍ୱାବଲମ୍ବୀ ହେଇପାରୁଛନ୍ତି । ଏଠିକାର ଅଧିବାସୀ ଅଳ୍ପ ପଇସା ଖର୍ଚ୍ଚ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।

tasar pokaଟସର ବର୍ଷରେ ଦୁଇଥର ଚାଷ ହେଇଥାଏ । ଚାଷୀ ଚାଷ ଶେଷ କରି ବିକ୍ରି କରିଥାଏ । ଆଉ ଏବେ ବିହନ ଅମଳର ସମୟ । ବିହନ ଗୁଡ଼ିକ ସୁରକ୍ଷିତ ଭାବେ ଧାଡି ଧାଡି ଟାଙ୍ଗି ରଖାଯାଏ । ଆମ ରାଜ୍ୟରେ ଅନ୍ୟ ଜିଲ୍ଲା ରେ ଟସର ଚାଷ ହେଉଥିଲେ ମଧ୍ୟ ମୟୁରଭଞ୍ଜ ଟସର ବେସ ଚାହିଦା ରହିଛି । ଥରେ ଟସର ଚାଷ କଲେ ଦୁଇମାସ ସମୟ ଲାଗିଥାଏ । ପ୍ରଥମେ ସମବାୟ ସମିତିରୁ ଟସର ଅଣ୍ଡା ଆଣି ପ୍ରଥମେ ଛୋଟ ଗଛରେ ଛାଡ଼ିଥାନ୍ତି । କିଛି ଦିନ ପରେ ବଡ଼ ଗଛରେ ଛାଡିବା ପରେ ସେଠାରେ ଟସର ହେଇଥାନ୍ତି ।

tasar farmerଟସର ହେଲା ପରେ ସମବାର ସମିତି ରେ ବିକ୍ରି କରି ଆଥିର୍କ ସ୍ଥିତି ଏବେ ସ୍ୱଚ୍ଛଳ ହେବାରେ ଲାଗିଛି । ମୟୁରଭଞ୍ଜ ଜିଲ୍ଲାରେ ଥିବା ଅସନ , ଶାଳ ଗଛ ପ୍ରଭୁତି ଟସର ପୋକ ଭଲ ଭାବରେ ପତ୍ର ଖାଇ ବଢ଼ିଥାନ୍ତି । ଟସର ଚାଷ ପାଇଁ ପାଣିପବନ ବେଶ ଉପଯୋଗୀ । ଖାସ ସେଇଥିପାଇଁ ଦୀର୍ଘ ବର୍ଷ ଧରି ଏଠାରେ ଏହି ସମବାୟ ସମିତି କାର୍ଯ୍ୟ କରିଆସୁଛି । କେନ୍ଦୁଜୁଆଣି ପରି ଠାକୁରମୁଣ୍ଡା ସୋସାଇଟିରେ ଚାଷ କରାଯାଉଛି । ଟସର ବସ୍ତ୍ରର ଚାହିଦା ଦେଶ ବିଦେଶରେ ରହିଛି । ଖାସ ସେଇଥିପାଇଁ ଏଠାରେ ଦିନକୁ ଦିନ ଟସର ଚାଷ ପ୍ରତି ଲୋକମାନଙ୍କ ଆଗ୍ରହ ବୃଦ୍ଧି ପାଉଛି । ଟସର ଚାଷୀମାନେ ବିହନ ସୋସାଇଟିରୁ ପାଇବା ସହିତ ଟସର ମଧ୍ୟ ଏଠାରେ ବିକ୍ରି କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.