ଘୋର କଳିଯୁଗ! ନାବାଳିକା ଝିଅକୁ ଦୁଷ୍କର୍ମ କଲା ଜନ୍ମକଲା ବାପା

ଯାଜପୁର ରୋଡ୍: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଅନ୍ୟ କେହି ନୁହେଁ ଖୋଦ୍ ନାବାଳିକାର ଜନ୍ମକଲା ବାପା । କିଛି ଦିନ ପୂର୍ବରୁ ବାପାଙ୍କ ସହ ଯାତ୍ରା ବୁଲିବାକୁ ଯାଇଥିବାବେଳେ ବାପାଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲା ନାବାଳିକା ଝିଅ । ସେତେବେଳେ ସମାଜ ଲଜ୍ଜା ଭୟରେ ପରିବାର ଲୋକେ ଘଟଣାକୁ ଚାପି ଦେଇଥିଲେ । ହେଲେ ପୁନଶ୍ଚ ବୁଧବାର ବିଳମ୍ବିତ ରାତିରେ ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ସୈାଭାଗ୍ୟ ବଶତଃ କାମାନ୍ଧ ବାପ ମୁହଁରୁ ଖସି ଆସିଥିଲା ଝିଅ। ପରେ ସୁକିନ୍ଦା ଥାନାରେ ସ୍ଥାନୀୟ ସିଡିପିଓଙ୍କ ଅଭିଯୋଗ ଆଧାରରେ ସୁକିନ୍ଦା ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ସୈତାନ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

abused-girlଏଭଳି ଲଜ୍ଜାଜନକ ଘଟଣା ଘଟିଛି ସୁକିନ୍ଦା ଥାନା ଅର୍ନ୍ତଗତ ବର୍ତଣ୍ଡା ଗ୍ରାମରେ । ସୁକିନ୍ଦା ସିଡିପିଓ ସଂଯୁକ୍ତା କାନୁନଗୋ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବର୍ତଣ୍ଡା ଗ୍ରାମର ଦୁଇ ନାବାଳିକା ଗ୍ରାମର ଜଣେ ଜୈନିକ ବ୍ୟକ୍ତିଙ୍କ ନିକଟରେ ଅଧରାତିରେ ପହଁଚି ସେମାନଙ୍କୁ ତାଙ୍କ ବାପା ନିଶାଶକ୍ତ ଅବସ୍ଥାରେ ଦୁର୍ବ୍ୟବହାର କରିଥିବା କହିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଅଙ୍ଗନାୱାଡି କର୍ମୀଙ୍କ ସହଯୋଗରେ ସେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସଡିପିଓଙ୍କୁ ଖବର ଦେଇଥିଲେ । ସିଡିପିଓଙ୍କ ପକ୍ଷରୁ ଗତକାଲି ସୁକିନ୍ଦା ଥାନାରେ ଅଭିଯୋଗ ଦିଆଯିବାପରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ସହିତ ବୟାନ ଆଧାରରେ ଅଭିଯୁକ୍ତ ବାପାକୁ ଗିରଫ କରାଯାଇଥିଲା ।

rapeଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଘଟଣା ସମ୍ପର୍କରେ ଅନୁସନ୍ଧାନ କରାଯାଇଥିବାବେଳେ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ପୂର୍ବରୁ ୨୦୦୯ ମସିହାରେ ଉକ୍ତ ବ୍ୟକ୍ତିଙ୍କ ନାମରେ ଥାନାରେ ମଧ୍ୟ ଅନ୍ୟ ଜଣେ ନାବାଳିକାକୁ ଚକୋଲେଟ୍ ଦେଇ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.