ଭୁବନେଶ୍ୱର (କେନ୍ଯୁଜ୍): ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ମହିଳା ଥାନାରେ ଏଭଳି ଅଭିଯୋଗ କରିଛନ୍ତି ବୋହୂ ।
ମିଳିଥିବା ଖବର ଅନୁଯାୟୀ, ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମଙ୍ଗଳବାର ଥାନାରେ ଏଫ୍ଆଇଆର୍ ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ବିରୋଧରେ ଆଇପିସିର ଧାରା ୪୯୮ (ଏ), ୫୦୬, ୩୪ ଓ ଯୌତୁକ ନିର୍ଯାତନା ଆଇନ ଅନୁସାରେ ମାମଲା ରୁଜୁ ହୋଇଛି।