ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଛାନଭିନ୍, ଫରେନ୍‌ସିକ ଲାବ୍‌କୁ ଗଲା ଜବତ ମୋବାଇଲ

ଭୁବନେଶ୍ୱର (କେନ୍ୟୁଜ): କାହିଁକି ଜୀବନ ହାରିଲେ ପୁରୀ ଜିଲ୍ଲା ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ । ଖୋଳତାଡ କରୁଛି ଧଉଳି ଥାନା ପୋଲିସ । ମୋବାଇଲ୍‌ ଖୋଲିପାରେ ଆତ୍ମହତ୍ୟାର ରହସ୍ୟ । ଧର୍ମେନ୍ଦ୍ରଙ୍କର ଦୁଇଟି ମୋବାଇଲ୍‌ ଫୋନ୍‌କୁ ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍‌ ଲାବକୁ ପଠାଯାଇଛି । ଆଜି ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିପାରେ । ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥିବା ଭୁବନେଶ୍ୱର ଶିଶୁପାଳଗଡ଼ର ଘରକୁ ଯିବ ପୋଲିସ । ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କୁ ଖୁବଶୀଘ୍ର ପଚରାଉଚରା କରାଯିବ ।

ପାରିବାରିକ କଳହ ଓ ରାଜନୈତିକ ସମସ୍ୟା ନେଇ ପଚରାଉଚରା କରିପାରେ ପୋଲିସ । ଗତକାଲି ଶିଶୁପାଳଗଡ଼ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘର ପାଖ ଏକ ପ୍ଲଟରୁ ମିଳିଥିଲା ତାଙ୍କର ଦୁଇଟି ମୋବାଇଲ ଫୋନ୍‌ । ମୃତ୍ୟୁ ପୂର୍ବରୁ ସୋସିଆଲ୍‌ ମିଡିଆରେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.