ବିଶ୍ୱ ମାତୃ ଦିବସ ଅବସରରେ ‘କାଦମ୍ବିନୀ’ ଓ ଶିଶୁ ପତ୍ରିକା ‘କୁନିକଥା’ ପକ୍ଷରୁ ଆୟୋଜିତ ହୋଇଛି ବନ୍ଧୁମିଳନ

ଭୁବନେଶ୍ବର(କେନ୍ୟୁଜ୍):  ବିଶ୍ୱ ମାତୃ ଦିବସ ଅବସରରେ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ଓ ଶିଶୁ ପତ୍ରିକା ‘କୁନିକଥା’ ପକ୍ଷରୁ ଆୟୋଜିତ ହୋଇଛି ବନ୍ଧୁମିଳନ ଏବଂ କାଦମ୍ବିନୀ ଓ କୁନିକଥାର ମେ’ସଂଖ୍ୟା ଉନ୍ମୋଚିତ । କାଦମ୍ବିନୀ ସଦ୍ୟ ପ୍ରକାଶିତ ‘ସାହିତ୍ୟ ଓ ଅର୍ଥନୀତି’ ବିଶେଷାଙ୍କ ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓଡ଼ିଶାର ମୁଖ୍ୟ ସାଧାରଣ ପରିଚାଳିକା ବିଦ୍ୟା କ୍ରିଷ୍ଣନ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଲେଖକ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସଦାନନ୍ଦ ତ୍ରିପାଠୀ ଓ ପରେଶ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ ।

kadambini3

 

ପ୍ରତି ମାସରେ କାଦମ୍ବିନୀ ପକ୍ଷରୁ ବିଭିନ୍ନ ବିଷୟ ବସ୍ତୁକୁ ନେଇ ମାସିକ ସଂଖ୍ୟା ପ୍ରକାଶିତ ହୋଇଆସୁଛି । ଏଥିରେ ସେହି ବିଷୟବସ୍ତୁରେ ବିଶେଷ ଦଖଲ ଥିବା ଲେଖକ ଓ ବିଶେଷଜ୍ଞଙ୍କ ଲେଖା ତଥା ମତାମତ ପ୍ରକାଶ ପାଇଥାଏ । ଫଳରେ ସାଧାରଣ ଲୋକ ସଂପୃକ୍ତ ବିଷୟବସ୍ତୁ ଉପରେ ବିଶେଷ ତଥ୍ୟ ପାଇବା ସହ ଉପକୃତ ହୋଇଥାଆନ୍ତି ।

kadambini3 3

କାଦମ୍ବିନୀ କେବଳ ଏକ ସାହିତ୍ୟ ପତ୍ରିକା ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । କାଦମ୍ବିନୀର ଚଳିତ ସଂଖ୍ୟାରେ ସାହିତ୍ୟ ସହ ଅର୍ଥନୀତିର ସମନ୍ଵୟ ଘଟିଛି । ସାଧାରଣ ଲୋକଙ୍କ ଜାଣିବା ପାଇଁ ବିଭିନ୍ନ ବିଷୟବସ୍ତୁକୁ ନେଇ ଫିଚର ଆକାରରେ ପ୍ରକାଶ କରିବାର କାଦମ୍ବିନୀର ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ । ଅନେକ ବ୍ୟକ୍ତି ବ୍ୟାଙ୍କ ଭଳି ବ୍ୟସ୍ତବହୁଳ କ୍ଷେତ୍ରରେ କାର୍ଯ୍ୟ କରି ମଧ୍ୟ ସାହିତ୍ୟରେ ନିଜର ପ୍ରତିଭା ପ୍ରତିପାଦିତ କରିପାରିଛନ୍ତି ବୋଲି ଅତିଥିମାନେ ମତ ଦେଇଥିଲେ । କାଦମ୍ବିନୀ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡ. ଇତି ସାମନ୍ତ । ଏହି କାର୍ଯ୍ୟକ୍ରମରେ ବହୁ କବି, ସାହିତ୍ୟିକଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଅଧିକାରୀ ଉପସ୍ଥିତ ଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.