ଜୱାଦ ପ୍ରଭାବରେ ଗଞ୍ଜାମ ଖଲ୍ଲିକୋଟରେ ସର୍ବାଧିକ ବର୍ଷା ରେକର୍ଡ

ଗଞ୍ଜାମ(କେନ୍ଯୁଜ୍): ଜୱାଦ ପ୍ରଭାବରେ ଗଞ୍ଜାମ ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି। ନୟାଗଡ଼ରେ ୧୦୭.୫, ଛତ୍ରପୁର ୮୬.୬ ମିମି, ବାଣପୁରରେ ୮୧ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ପୋଲସରାରେ ୭୧.୮, କୋଦଳାରେ ୭୧.୪, ଗଞ୍ଜାମ ଓ ଏରସମାରେ ୬୮ ମିମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି। କେନ୍ଦ୍ରାପଡ଼ା ରାଜନଗରରେ ୬୫ ମିମି ବର୍ଷା ରେକର୍ଡ ହୋଇଛି।

ସୂଚନା ଥାଉକି, ଦୁର୍ବଳ ହେଉଛି, ଦୂରେଇ ଯାଉଛି ବାତ୍ୟା ‘ଜଓ୍ଵାଦ’। ଆଜି ଅବପାତରେ ପରିଣତ ହେବ । ବାତ୍ୟା ବିପଦ ଟଳିଛି । ହେଲେ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିଛି । ଗତ ୬ ଘଣ୍ଟା ଧରି ୨୦ କିମି ବେଗରେ ଗତିକରୁଛି। ଗୋପାଳପୁରଠାରୁ ୯୦ କିମି, ପାରାଦୀପଠାରୁ ୨୧୦ ଓ ପୁରୀଠାରୁ ୧୨୦ କିମି ଦୂରରେ ରହିଛି ବାତ୍ୟା ‘ଜଓ୍ଵାଦ’।। ‘ଜଓ୍ଵାଦ’ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି। ଗଞ୍ଜାମରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି ।

ଗଞ୍ଜାମରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆଜି ଜାରି ରହିବ ବର୍ଷା । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପୁରୀରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି IMD, DG ସୂଚନା ଦେଇଛନ୍ତି । ଓଡ଼ିଶାରେ ପରେ ପଶ୍ଚିମବଙ୍ଗରେ ପ୍ରଭାବ ରହିବ । ବନ୍ଦର ଗୁଡ଼ିକରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ପୁରୀ ଉପକୂଳରେ ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ୪୦-୫୦ କିଲୋମିଟର ରହିପାରେ । ରାତି ସୁଦ୍ଧା ପ୍ରଭାବ କମିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.