ମାଟ୍ରିକ ପରୀକ୍ଷାରେ A1ରେ ପାସ କରିଥିବା ଛାତ୍ରଛାତ୍ରୀ ତଥା ସାମ୍ବାଦିକ ମାନଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କଲେ ଗୋପବନ୍ଧୁ ସେବା ସଙ୍ଗଠନ

ମାର୍ଶାଘାଇ (କେନ୍ୟୁଜ): ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ A1 ରେ ପାସ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ତଥା ବିଭିନ୍ନ ଡିବେଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଏବଂ ସାମ୍ବାଦିକ ମାନଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରିଛନ୍ତି ଗୋପବନ୍ଧୁ ସେବା ସଙ୍ଗଠନ। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ମଙ୍ଗରାଜପୁର ଗ୍ରାମ ପଂଚାୟତ ପୋତାରୀ ଠାରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ଏକ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ତଥା ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀ,ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରୁ ବଛାଯାଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି । ଏହି ସ୍ୱେଚ୍ଛାସେବୀ ସଙ୍ଗଠନ। ଏହି ସଙ୍ଗଠନ ବିଗତ ଦିନରେ ବହୁ ସମାଜସେବୀ କାର୍ଯ୍ୟ ହାତକୁ ନେଇଛନ୍ତି ବିଭିନ୍ନ ସମୟରେ। ଅଞ୍ଚଳରେ ବହୁତ ଲୋକାଭିମୁଖୀ ହୋଇଥିବା ଏହି ସଙ୍ଗଠନ ସାମ୍ବାଦିକ ମାନଙ୍କୁ ମଧ ସମ୍ମାନିତ କରିଛନ୍ତି। ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ ଥିଲା ସମାଜରୁ କିଭଳି ନିସା ମୁକ୍ତ କରାଯିବ ସେଥିରେ ବହୁତ ଗୁରୁତ୍ୱ ଦେଇ ଜୁବବର୍ଗ ମାନଙ୍କୁ ସାମିଲ କରିଥିଲା ଏହି ସଙ୍ଗଠନ। ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ ବୁଦ୍ଧିଜୀବି ସମାଜସେବୀ ଛାତ୍ରଛାତ୍ରୀ ଯୋଗଦେଇ ନିସା ନିବାରଣ ଉପରେ ମତବ୍ୟକ୍ତ କରିଥିଲେ।ପରେ ବୁଦ୍ଧିଜୀବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.