ବଢୁଛି ଅସନ୍ତୋଷ: ଚାଷୀ ଧାନ ବିକ୍ରି ନକରିପାରି ଦୁଇଟି ଲ୍ଯାମ୍ପ୍ସରେ ପକାଇଲେ ତାଲା

କରଞ୍ଜିଆ(କେନ୍ଯୁଜ୍): ବଢୁଛି ଚାଷୀ ଙ୍କ ଅସନ୍ତୋଷ । ଚାଷୀ ଧାନ ବିକି ନ ପାରି ଲ୍ଯାମ୍ପରେ ପକାଇଲେ ତାଲା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଲ୍ଯାମ୍ପରେ ଦେଖିବାକୁ ମିଳିଛି ।ଗତକାଲି ଟୋକନ୍‌ ଲିପସ୍‌ ହେବା ପରେ ୮ ତାରିଖ ସଂନ୍ଧ୍ୟ୍ରା ରେ ଚାଷୀ ଲ୍ଯାମ୍ପରେ ତାଲା ପକାଇବା ଥିବା ବେଳେ ଗତକାଲି ରାତିରେ ଠାକୁରମୁଣ୍ଡା ଲ୍ଯାମ୍ପ୍ସ ରେ ମଧ୍ୟ ତାଲା ପକାଇଛନ୍ତି ଚାଷୀ ।

ମିଳିଥିବା ସୂଚନା ଅନୁଯାୟୀ ମହୁଲଡିହା ଲ୍ଯାମ୍ପରେ ୧୩୭୬ ଜଣ ପଞ୍ଜିକୃତ ଚାଷୀ ଅଛନ୍ତି l ସେଥିମଧ୍ୟରୁ ପ୍ରାୟ ୯୦୦ ଚାଷୀ ଧାନ ବିକିଛନ୍ତି । ମାତ୍ର ଅନ୍ଯ ଚାଷୀ ମାସ ମାସ ଧରି ଅପେକ୍ଷା କରି ମଧ୍ୟ ଧାନ ବିକି ପାରିନାହାନ୍ତି । ଗତ ୭ ତାରିଖରେ ୨୭ ଜଣ ଚାଷୀ, ୮ ତାରିଖରେ ୨୮ ଜଣ ଚାଷୀ ଏବଂ ୯ ତାରିଖରେ ୨୧ ଚାଷୀ ଙ୍କ ଟୋକନ୍‌ ସମୟ ସୀମା ଶେଷ ହେଉଛି l ତେଣୁ ଧାନ ବିକି ନପାରି ଚାଷୀ ଲ୍ଯାମ୍ପ ରେ ତାଲା ପକାଇ ଧାରଣା ଦେଇଛନ୍ତି l

ଠାକୁରମୁଣ୍ଡା ଲ୍ଯାମ୍ପ୍ସ ରେ ୨୧୪୬ ଚାଷୀ ପଞ୍ଜିକୃତ କରି ଥିଲା ବେଳେ ୧୦୧୭ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ସେହିପରି ୭,୮ ତାରିଖରେ ଦିନ୮୦ଜଣ ଚାଷୀ ଙ୍କ ଟୋକନ୍‌ ଲାପସ୍‌ ହୋଇଛି। ବେପାରୀଙ୍କୁ ଅଧିକ ଧାନ ବିକିବା ପାଇଁ ସୁଯୋଗ ଦେଉଥିବା ବେଳେ ପ୍ରକୃତ ଚାଷୀ ଧାନ ବିକି ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି । ପୁନଶ୍ଚ ଧାନ ବିକ୍ରିରେ ୮-୧୦ କେଜି କଟାଯାଉଛି ଓ ବସ୍ତା ଯୋଗାଇ ନଦେଇ ଚାଷୀ ଉପରେ ଲଦା ଯାଉଥିବା ମଧ୍ୟ ଅଭିଯୋଗ କରିବା ସହ ଲେବର ପଇସା ମଧ୍ୟ ଚାଷୀଙ୍କୁ ଦେବକୁ ପଡୁଛି । ଲାପସ୍‌ ହୋଇଥିବା ଚାଷୀଙ୍କ ପୁଣି ଟୋକନ୍‌ ଦେବା ସହ ତାଙ୍କ ଧାନକ୍ରୟ କରିବା ପାଇଁ ଦାବି କରିଛନ୍ତି।

ଏ ବିଷୟରେ ମହୁଲଡିହା ଲ୍ଯାମ୍ପ ଏମ ଡିଙ୍କୁ ପଚାରିବାରୁ ସେ କହଛନ୍ତି ୩ରୁ ୪ ହଜାର କୁଇଣ୍ଟାଲା ଧାନ ଥିଲା ବେଳେ ଆମକୁ ୧୯୭ କୁଇଣ୍ଟାଲା ର କିଣିବା ପାଇଁ ପରଚେଜ୍‌ ଆସିଛି ତେଣୁ ଆମେ ଧାନ କିଣି ପାରୁନାହିଁ। ତେବେ ଦେଖାଯାଉ କେବେ ଲ୍ଯାମ୍ପ୍ସ ରେ ପଡିଥିବା ତାଲା .ଖୋଲୁଛି, ଆଉ କେବେ ଦୁର ହେଉଛି ଚାଷୀଙ୍କ ସମସ୍ଯା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.