ନୂଆପଡ଼ା ଏସ୍‌ଡିଜେଏମ୍ କୋର୍ଟରୁ ହାର୍ଡକୋର ମାଓବାଦୀ ଚମ୍ପଟ, ୭ ପୋଲିସ୍ ଅଧିକାରୀ ନିଲମ୍ବିତ

ନୂଆପଡ଼ା(କେନ୍ଯୁଜ୍) : ନୂଆପଡ଼ା ଏସ୍‌ଡିଜେଏମ୍‌ କୋର୍ଟରୁ ଏକ ହାର୍ଡକୋର ମାଓବାଦୀ ଗତକାଲି ଚମ୍ପଟ ମାରିବାଥିଲା । ଏହି ଘଟଣାରେ ନିଆଯାଇଛି ‌ଏକ ବଡ କାର୍ଯ୍ଯନୁଷ୍ଠାନ ।  ଘଟଣାରେ ୭ ଜଣ ପୋଲିସଙ୍କୁ ନିଲମ୍ବନ କରାଯାଇଛି । ୨ ଜଣ ଏଏସ୍‌ଆଇ ଓ ୫ ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି ନୂଆପଡ଼ା ଏସ୍‌ପି ସ୍ମିଥ୍‌ ପରମାର୍‌ । କାର୍ଯ୍ଯରେ ଅବହେଳା କାରଣରୁ ସେମାନଙ୍କ ବିରୋଧରେ ଏହି କାର୍ଯ୍ଯନୁଷ୍ଠାନ ନିଆଯାଇଛି ।

criminalଗତକାଲି ହାର୍ଡକୋର ମାଓବାଦୀ ମନୋଜ ମାଡକାମୀ ନୂଆପଡ଼ା ଏସ୍‌ଡିଜେଏମ୍‌ କୋର୍ଟ ପରିସରରୁ ଛୁ ମାରିଥିଲା । କୋର୍ଟରେ ହାଜର ପାଇଁ ନେବା ବେଳେ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରିଥିଲା ମନୋଜ । ଏହାପରେ ସେ କୋର୍ଟ ପାଚେରୀ ଡେଇଁ ଖସି ପଳାଇଥିଲା । ଗତ ମେ ୩୦ ତାରିଖରେ ଗିରଫ ହୋଇଥିଲା ମନୋଜ । ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ବେଳେ ଓଡ଼ିଶା ସରକାର ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.