ନିଆଳି (କେନ୍ୟୁଜ୍): ବିଭିନ୍ନ ଥନାରେ ୨୦ରୁ ଉର୍ଦ୍ଧ ମାମଲାରେ ଜଡିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଟିଟା ଦାସ ଗିରଫ। ତା ନାମରେ ବାଲିପାଟଣା, ବାଲିଅନ୍ତା, ଗୋବିନ୍ଦପୁର, ଓଲଟପୁର ଓ ନିମାପଡା ଥାନାରେ ରାହାଜାନି, ଡକାୟତି ଓ ହତ୍ୟା ଭଳି ମାମଲା ରହିଛି। ଏମିତିକି ନିଆଳି ଥାନାରେ ମଧ୍ୟ ୫ରୁ ଉର୍ଦ୍ଧ ମାମଲା ରହିଛି। ଦୀର୍ଘଦିନ ହେବ ଟିଟାର ଆତଙ୍କ ନିଆଳି ଅଞ୍ଚଳରେ ଲାଗି ରହିଥିଲା। ଯାହା ଫଳରେ ନିଆଳି ପୋଲିସର ଏକ ସ୍ବତନ୍ତ୍ର ଟମ୍ ଟିଟାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଏବେ ତାକୁ ଗିରଫ କରି ତା ଠାରୁ ମୋବାଇଲ, ଭୂଜାଲି, ନଗଦ ୮,୫୦୦ ଟଙ୍କା, ଗୋଟିଏ ମାରୁତି କାର ଓ ଗୋଟିଏ ବାଇକ ଜବତ କରିଛି। ଟିଟାର ଘର ଅଡଶପୁର ଅଞ୍ଚଳରେ ବୋଲି ଜଣା ପଡିଛି।