ଆଜି ଠାରୁ ରାଜ୍ୟରେ ବର୍ଷା ସମ୍ଭାବନା: ଫିକା ପଡିପାରେ ଦଶହରା

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ଭିଜିବ ଓଡ଼ିଶା। ଉତ୍ତରପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ବଢିବ ବର୍ଷା। ଆଜି ପ୍ରବଳ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କାଲିଠୁ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି । ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୩ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା।

ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲା ଓ ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି। ୫ତାରିଖରେ ମଧ୍ୟ ଜାରି ରହିବ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା। ଚଳିତ ମୌସୁମୀ ଋତୁରେ ଜୁନ୧ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ରାଜ୍ୟରେ ୧୧୯୬. ୮ ମିମି ବର୍ଷା ହୋଇଛି। ଯାହା ସ୍ୱାଭାବିକ ବୃଷ୍ଟିପାତ ୧୧୫୦.୨ ମିମି ଠାରୁ ୪ ପ୍ରତିଶତ ଅଧିକ। ୪ଟି ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଗୋଟିଏ ଜିଲ୍ଲା ଭଦ୍ରକରେ ନିଅଣ୍ଟିଆ ଓ ୨୫ଟି ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ହୋଇଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.