ଯାଜପୁର ଲକ୍ଷ୍ମୀନଗର ପଲିଟେକ୍ନିକ କଲେଜ ଛକରେ ଅଭାବନୀୟ ଘଟଣା: ଟ୍ରଲର ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଯାଜପୁର ରୋଡ୍(କେନ୍ୟୁଜ୍): ଯାଜପୁର କୋରେଇ ଥାନା ଲକ୍ଷ୍ମୀନଗର ପଲିଟେକ୍ନିକ କଲେଜ ଛକରେ ଅଭାବନୀୟ ଘଟଣା, ଟ୍ରଲର ଧକ୍କାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର। ସୂଚନା ମୁତାବକ ଆଜି ଭୋର ସମୟରେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବସନ୍ତପୁରା ଗ୍ରାମର କାଳନ୍ଦୀ ସାହୁ ତାଙ୍କ ପତ୍ନୀଙ୍କ ସହିତ ବାଇକରେ କଟକ ବଡ ମେଡିକାଲ ଅଭିମୁଖେ ଯାଉଥିବା ବେଳେ କୋରେଇ ଥାନା ଲକ୍ଷ୍ମୀନଗର ସରକାରୀ ପଲିଟେକ୍ନିକ କଲେଜ ଛକରେ ଟ୍ରଲର ଧକ୍କା ଦେଇଥିଲା।

ତେବେ ଦୁର୍ଘଟଣା ଖବରପାଇ ଯାଜପୁର ରୋଡ ଅଗ୍ନିଶମ କର୍ମଚାରୀ ପହଂଚି ବାଇକକୁ ଟ୍ରଲର ଭିତରୁ ବାହାର କରିଥିଲେ। ଫଳରେ ଘଟଣାସ୍ଥଳରେ କାଳନ୍ଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେପଟେ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରଲର ଡ୍ରାଇଭରକୁ ଅଟକ ରଖିଛି । ସେପଟେ ମୃତ ଶରୀର ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି।  ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା ବେଳେ, ପୋଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଆୟତ୍ତକୁ ଆସିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.