କନ୍ଧମାଳରେ ସ୍ୱାଧୀନତା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି

କନ୍ଧମାଳ : ସ୍ୱାଧୀନତା ଦିବସ ପାଇଁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ମାଓପ୍ରବଣ ଜିଲ୍ଲା ହୋଇଥିବାରୁ ପୋଲିସ ପକ୍ଷରୁ ଫୁଲବାଣୀ ସମେତ ପୂରା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ସଜାଗ ରହିଛି । ମାଓପ୍ରବଣ ଅଞ୍ଚଳ ଗୁଡ଼ିକରେ ଗାଡି ମୋଟର ଯାଂଚ୍ କରାଯାଉଛି । ଫୁଲବାଣୀ ସହରରେ ୩ ପ୍ଲାଟୁନ ପୋଲିସ, ୩ ଜଣ ଡିଏସ୍ପି, ୪ ଜଣ ପୋଲିସ ଇନ୍ସପେକ୍ଟରଙ୍କ ସମେତ ସବ୍-ଇନ୍ସପେକ୍ଟର, ଆଇଆରବି ଯବାନ ମୁତୟନ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.