କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଚତୁର୍ଥ ପର୍ଯ୍ଯାୟ: ୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ

kunduli caseକୋରାପୁଟ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଚତୁର୍ଥ ପର୍ଯ୍ଯାୟ ସାକ୍ଷ୍ୟ ଗ୍ରହଣ। ଆଜି ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇ ସାକ୍ଷ୍ୟ ଦେଇଛନ୍ତି ୩ ଜଣ। ପଟ୍ଟାଙ୍ଗି ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ,ପଟ୍ଟାଙ୍ଗି ହସ୍ପିଟାଲ ଡାକ୍ତର ପ୍ରିନ୍ସ ପରିଡ଼ା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟା ସଂଯୁକ୍ତା ନାଇଡୁ ହାଜର ହୋଇଥିଲେ। କୁନ୍ଦୁଲି ଘଟଣାର ତଦନ୍ତ କମିଶନ ବିଦ୍ୟୁତ କୁମାର ମିଶ୍ରଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର କାଉନସିଲ୍ ପ୍ରଭାକର ପଟ୍ଟନାୟକ ସାକ୍ଷ୍ୟ ଗ୍ରହଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ୪ଟି ପର୍ଯ୍ଯାୟରେ ୧୦ ଜଣଙ୍କର ସାକ୍ଷ୍ୟ ନିଆଯାଇଛି। ୨୦୧୭ ଅକ୍ଟୋବର ୧୦ ତାରିଖରେ ନାବାଳିକା ହାଟରୁ ଫେରିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଗତ ଜାନୁଆରୀ ୨୨ ତାରିଖରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ। ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.