ରାଜ୍ଯରେ ଗତ ୨୪ ଘଣ୍ଟାରେ ୧୫ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ, ଅନୁଗୁଳରେ ସର୍ବାଧିକ

ଭୁବନେଶ୍ୱର(କେନ୍ୟୁଜ୍): ଆହୁରି ୩ରୁ ୪ ଦିନ ତାତି। ଶ୍ରାବଣରେ ଧୁ ଧୁ ଖରା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ଖରାଦିନ ଭଳି ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଥିବାରୁ ତାପମାତ୍ରା ବଢୁଛି। ଦିନ ଓ ରାତି ସ୍ୱାଭାବିକଠାରୁ ଅଧିକ ରହୁଛି।

ଗତ ୨୪ ଘଣ୍ଟାରେ ୧୫ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୬.୧ ଡିଗ୍ରୀ ରହିଥିଲା। ତେବେ ଆଗାମୀ ୨ରୁ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଯାଏ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ୪ରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ। ଏହାପରେ ତାତିରୁ ଆଶ୍ୱସ୍ତି ମିଳିବ। ଆସନ୍ତା ୪ ତାରିଖରେ ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.