ରାଜଧାନୀରେ ପୁଣି ଥରେ ଶ୍ରମିକ ବେଶରେ ଲୁଟେରା, ସିସିଟିଭିରେ କଏଦ ହେଲା ଭିଜୁଆଲ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପୁଣି ଥରେ ଶ୍ରମିକ ବେଶରେ ଲୁଟେରା । ଗ୍ୟାଙ୍ଗ ଟାର୍ଗେଟରେ ଧଉଳି ଥାନା ଅଞ୍ଚଳ । ସିସିଟିଭିରେ କଏଦ ହେଲା ୪ ଜଣ ଲୁଟେରାଙ୍କ ଚୋରି କାରନାମାର ଦୃଶ୍ୟ ।

ଭିଜୁଆଲରେ ଯାହା ଦେଖିବାକୁ ମିଳିଛି,  ଲିଙ୍ଗିପୁରରେ ଜଣକ ଘରେ ପଶିବାକୁ ଉଦ୍ୟମ କରୁଛନ୍ତି ୪ ଜଣ ଲୁଟେରା । କିନ୍ତୁ ଲୁଟ କରିବାରେ ସେମାନେ ବିଫଳ ହୋଇଛନ୍ତି । ଗତକାଲି ଭୋର ୩ଟା ୪୫ରେ ଘଟିଥିଲା ଏହି ଘଟଣା । ତେବେ ସୂଚନା ମୁତାବକ, ପୂର୍ବରୁ ଲିଙ୍ଗରାଜ ଓ ଧଉଳି ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗ ମାତିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.