ରାଜଧାନୀରେ ମାତିଛନ୍ତି ସ୍ମାର୍ଟ ଲୁଟେରା: ମୋ ବସ ଯାତ୍ରୀଙ୍କ ଠାରୁ ଲୁଟୁଛନ୍ତି ମୋବାଇଲ

ଭୁବନେଶ୍ବର (କେନ୍ୟୁଜ୍): ମୋ ବସ୍ ଯାତ୍ରୀମାନଙ୍କୁ କରୁଛନ୍ତି ଟାର୍ଗେଟ।ଭଦ୍ର ବେଶରେ ସୁଟ ବୁଟ ପିନ୍ଧି ବସରେ ଆସୁଛନ୍ତି, ଲୁଟି ନେଇଛନ୍ତି ଦାମୀ ମୋବାଇଲ । ମୋ ବସର ୧୮ ନମ୍ବର ବସ ଯାତ୍ରୀଙ୍କ ଠାରୁ ଦୁଇଟି ଦାମୀ ମୋବାଇଲ ଲୁଟ୍ ହୋଇଛି।ଗୋଟିଏ ଫାୟାର ଷ୍ଟେସନ ଛକ ଓ ଜୟଦେବ ବିହାର ଛକରୁ ପକେଟ୍ ମାର କରିଛନ୍ତି ଲୁଟେରା।

ଘଟଣା ସ୍ଥଳରେ PCR ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିଛି । କିନ୍ତୁ ସମସ୍ତଙ୍କୁ ଚକମା ଦେଇ ଚତୁରତାର ସହ ଖସି ଯାଇଛି ମୋବାଇଲ ଲୁଟେରା। ଏ ନେଇ ନୟାପଲ୍ଲୀ ଥାନାରେ ଦୁଇଟି ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.