ମା’ସିଂହାସନୀଙ୍କ ମହିମାରେ ଏଠାରେ ଦିନେ ବାଘ ବି ବଳଦଙ୍କ ସହ ମିଶି କରିଥିଲା ହଳ, ରଜରେ ହୁଏ ସ୍ବତନ୍ତ୍ର ଉତ୍ସବ

ଭଞ୍ଜନଗର(କେନ୍ୟୁଜ): ମା’ ସିଂହାସନୀ । ଗଂଜାମ ଜିଲ୍ଲାର ଏକ ଅନ୍ଯତମ ପ୍ରମୁଖ ଶକ୍ତିପୀଠ । ବଣ-ପାହାଡ ଘେରା ପ୍ରାକୃତିକ ପରିବେଶ ଭିତରେ ଅବସ୍ଥିତ , ମା’ଙ୍କ ପୀଠକୁ ବର୍ଷ ତମାମ ଭକ୍ତଙ୍କ ସୁଅ ଛୁଟିଥାଏ । କିନ୍ତୁ ରଜପର୍ବ ଆସିଲେ ଅଧିକ ଉତ୍ସବ ମୁଖର ହୋଇଉଠେ । ରଜ-ଦୋଳି , ପିଠା-ପଣା , ସାଙ୍ଗ-ସାଥି ଓ ଖୁସି-ମଜା କୁ ବାଦ୍‌ ଦେଲେ , ରଜପର୍ବରେ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ ମା’ ସିଂହାସନୀ ପୀଠର ୩ ଦିନିଆ ଯାତ୍ରା-ଉତ୍ସବକୁ ଅପେକ୍ଷା କରି ରହିଥାନ୍ତି, ସମଗ୍ର ଜିଲ୍ଲାବାସୀ ।

ଏହାସହ ରାଜ୍ଯର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳେ , ମା’ ସିଂହାସନୀଙ୍କ ପୀଠରେ ଆୟୋଜିତ ହେଉଥିବା ,ଏହି ବାର୍ଷିକ ଯାତ୍ରାରେ । ଜିଲ୍ଲାର ଏକମାତ୍ର ଏହି ଶକ୍ତିପୀଠ , ଯାହାକି ରଜପର୍ବରେ ଉତ୍ସବମୁଖର ହୋଇଉଠେ । ମା’ ସିଂହାସନୀଙ୍କ ଠାରେ , ଜିଲ୍ଲାବାସୀଙ୍କ ଅତୁଟ ବିଶ୍ଵାସ ରହିଛି ।

ପ୍ରତିବର୍ଷ ରଜରେ, ୩ ଦିନ ଧରି ଆୟୋଜିତ ମା’ଙ୍କ ଯାତ୍ରା ପାଇଁ ମନ୍ଦିର ପରିଚାଳନା କମିଟି , ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଥାଏ । ଗତ କୋଭିଡ୍‌ କଟକଣା ଯୋଗୁଁ , ୨ ବର୍ଷ ଧରି ଯାତ୍ରା ଆୟୋଜନ ବନ୍ଦ ରହିଥିଲା । ତେଣୁ ଦୁଇବର୍ଷ ବ୍ଯବଧାନରେ ଆୟୋଜିତ ହୋଇଥିବା ମା’ ସିଂହାସନୀଙ୍କ ଯାତ୍ରା ଦେଖିବାପାଇଁ, ଚଳିତବର୍ଷ ୩ ଦିନ ଧରି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ରାଜ୍ଯର ବିଭିନ୍ନ ଜିଲ୍ଲାରୁ ଆସିଥିବା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

rajo parba

ମା’ସିଂହାସନୀଙ୍କ ଅଲୈ।କିକ ମହିମା ଏବଂ ମାନସିକ ପୂରଣ ହିଁ , ଭକ୍ତଙ୍କ ଭିତରେ ଅତୁଟ ବିଶ୍ଵାସ ଆଣିଦେଇଛି । ଲୋକମତ ଅନୁସାରେ , ଅତୀତରେ ମନ୍ଦିର ର ଜଣେ ପୂଜକ ନିଜ ଜମିରେ ହଳ କରୁଥିବା ସମୟରେ , ଜଙ୍ଗଲର ଏକ ବାଘ ଗୋଟିଏ ବଳଦକୁ ମାରି ଖାଇ ଦେଇଥିଲା । ପରେ ମା’ ଙ୍କର ମହିମାରେ ସଂପୃକ୍ତ ବାଘ ଟି ଆସି , ଅନ୍ଯ ବଳଦ ସହ ମିଶି ଜମିରେ ହଳ କରିଥିଲା । ଏହାକୁ ବିଶ୍ଵାସ କରି, ମା’ ସିଂହାସନୀଙ୍କ ଠାରେ ଭକ୍ତ ଙ୍କ ବିଶ୍ଵାସ ବଢିଯାଇଥିବା ,ଭକ୍ତମାନେ କୁହନ୍ତି । ଯାହାକି ବର୍ଷତମାମ ଦର୍ଶନ ବ୍ଯତୀତ, ରଜପର୍ବ ରେ ଆୟୋଜିତ ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମେ । ଏହାସହ ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶ ଓ ନିକଟରେ ଥିବା ଧନେଇ ଡେମ୍‌ ଆଉ ଏକ ଆକର୍ଷଣୀୟ ହୋଇଥାଏ ଶ୍ରଦ୍ଧାଳୁ ଙ୍କ ପାଇଁ ।

ଅତୀତ ଅପେକ୍ଷା ବର୍ତ୍ତମାନ ସମୟରେ , ଗମନାଗମନ ଠାରୁ ଆରମ୍ଭ କରି, ଯାତ୍ରୀଙ୍କ ରହିବା ପାଇଁ , ଏହି ପୀଠରେ ଅନେକ ଉନ୍ନୟନ ମୂଳକ କାର୍ଯ୍ଯ ହୋଇଛି । ବଣଭୋଜି ପାଇଁ ଉପଯୁକ୍ତ ପରିବେଶ ରହିଥିବା ବେଳେ , ରଜପର୍ବ ରେ ଜିଲ୍ଲାର ଅଧିକାଂଶ ଜନସାଧାରଣ, ରଜଦୋଳି , ପିଠାପଣା ଓ ଉତ୍ସବ ବ୍ଯତୀତ – ମା’ ସିଂହାସନୀ ଙ୍କ ରଜ-ଯାତ୍ରା କୁ ୩ ଦିନଧରି ଉତ୍ସାହର ସହ ପାଳନ କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.