ଶୋଇଥିବା ଅବସ୍ଥାରେ ସାଙ୍ଗକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାଙ୍ଗ

ଦେବଗଡ଼(କେନ୍ୟୁଜ୍): ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା। ଶୋଇଥିବା ଅବସ୍ଥାରେ ସାଙ୍ଗକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାଙ୍ଗ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଗୋହିଡା ଗାଁରେ ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ଦୁଇସାଙ୍ଗ ରଞ୍ଜିତ ନାଏକ ଓ ପ୍ରଭାତ କୁମୁରା ପ୍ରଚୁର ମଦପିଇ ଗାଁ ଦାଣ୍ଡରେ ପାଟିତୁଣ୍ଡ କରୁଥିଲେ। ଏଥିରୁ କଥା କଟାକଟି ନେଇ ଉଭୟଙ୍କ ମଧ୍ୟରେ ବଚସା ପରେ ଦୁହେଁ ନିଜ ନିଜ ଘରକୁ ଚାଲି ଯାଇଥିଲେ। ପରେ ରାତିରେ ପ୍ରଭାତ ଟାଙ୍ଗିଆ ନେଇ ଧରି ରଞ୍ଜିତଙ୍କ ଘରକୁ ଯାଇଥିଲା। ରଞ୍ଜିତ ଶୋଇଥିବା ଅବସ୍ଥାରେ ପ୍ରଭାତ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲା।

ଘଟଣାସ୍ଥଳରେ ରଞ୍ଜିତର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ଖଇରପାଲି ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଅଭିଯୁକ୍ତ ପ୍ରଭାତକୁ ଗାଁ ନିକଟରୁ କାବୁ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଥିଲା। ଏସଡିପିଓଙ୍କ ନେତୃତ୍ୱରେ କୁଣ୍ଢେଇଗୋଳା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.