କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଘଟିଛି ଅଘଟଣ। ବିଦ୍ୟୁତ୍ ତାର ଲାଗି ଜଣେ ଡ୍ରାଇଭର ମୃତ୍ୟୁ। ଅଲାବୁଲା ଜଙ୍ଗଲ ନିକଟରେ ବାରହା ଫାଶ ପାଇଁ ବିଦ୍ୟୁତ ତାର ବିଛାଇ ଥିବା ବେଳେ ଅଲାବୁଲା ନିକଟରେ ପୋଖରୀ ଥିବାରୁ ବିଳମ୍ୱିତ ରାତ୍ରୀରେ ଶୌଚ ପାଇଁ ଟମାଟୋ ଗାଡ଼ି ର ଡ୍ରାଇଭର ଯାଇଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଜୀବନ ଯାଇଛି । ଯୁବକଙ୍କ ନାମ ସଞ୍ଜୀବ ରଣା । ରାମପୁର ବାସିନ୍ଦା ବୋଲି ଜଣାପଡିଛି। ଅନ୍ୟ ଜଣେ ଡ୍ରାଇଭର ସୁରେନ୍ଦ୍ର ବାଗ ନାମକ ଯୁବକ ବଲାଙ୍ଗୀର ବାସିନ୍ଦା ଉକ୍ତ ଯୁବକଙ୍କୁ ଖୋଜିବାକୁ ଯାଇଥିବା ବେଳେ ସେ ମଧ୍ଯ ବିଦୂତ୍ୟ ସଂସ୍ପର୍ଶରେ ଆସିଥିଲେ ଏଵଂ ଗୁରୁତର ହୋଇ ପଡ଼ିଥିଲେ । ଅନ୍ୟ ଡ୍ରାଇଭର ମାନେ ତାଙ୍କୁ ଉଦ୍ଧାର କରି ଥିଲେ ନର୍ଲା ପୋଲିସ ସହାୟତାରେ ଉଦ୍ଧାର କରି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ମେଡିକାଲ୍ କୁ ପଠାଯାଇ ଥିବା ବିଶେଷ ସୂତ୍ରରୁ ଜଣାପଡିଛି ।