ସେଲ୍‌ଫି ନେବା ହେଲା କାଳ, ୧୨ ଘଣ୍ଟା ପରେ ବି କୁଆଖାଇରେ ଭାସି ନିଖୋଜ ନାବାଳକର ମିଳିନି ପତ୍ତା

ଭୁବନେଶ୍ୱର(କେନ୍ୟୁଜ୍): ସେଲ୍‌ଫି ନେବା ହେଲା କାଳ । କୁଆଖାଇରେ ଭାସି ନିଖୋଜ ନାବାଳକର ଏଯାଏ ପତ୍ତା ମିଳିନି । ୧୨ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇନି । ସର୍ଚ୍ଚ ଅପରେସନ୍‌ ଲାଗିଛନ୍ତି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ।

ଗତକାଲି ଗଣେଶ ପୂଜାରେ ଭୁବନେଶ୍ୱର ପଟିଆ ଅଞ୍ଚଳର ୫ ଜଣ ସାଙ୍ଗ କଟକ ପ୍ରତାପନଗରୀ ନିକଟରେ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା । ସେଲ୍‌ଫି ନେଉଥିବା ସମୟରେ ସେମାନେ ନଦୀରେ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକ ୩ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ଜଣ ବୁଡ଼ି ଯାଇଥିଲେ । ବହୁ ଖୋଜାଖୋଜି ପରେ ଆଶୁତୋଷ ପାଲ ନାମକ ବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.