ପୁଣି ମାଓବାଦୀଙ୍କ ବର୍ବରତା : ଘରୁ ଡାକିନେଇ ଗଳାକାଟି କଲେ ହତ୍ୟା

ମାଲକାନଗିରି : ପୁଣି ଥରେ ମାଓବାଦୀଙ୍କ ବର୍ବରତା ମାଲକାନଗିରି କାଲିମେଳା ଥାନା ଅନ୍ତର୍ଗତ ସୁଧାକୋଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି। ପୋଲିସ ଇନର୍ଫମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। । ଗତକାଲି ବିଳମ୍ବିତ ରାତିରେ ମୃତକଙ୍କୁ ଘରୁ ଡାକିନେଇ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକଙ୍କ ନାଁ ଗଙ୍ଗା ମାଡ଼କାମୀ ହୋଇଥିବା ବେଳେ ୧୦ରୁ ୧୫ ଜଣ ମାଓବାଦୀ ଆସି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ମାଓବାଦୀମାନେ ପୋଷ୍ଟର ଛାଡ଼ି ଯାଇଛନ୍ତି । ପୂର୍ବରୁ ତାଙ୍କୁ ହତ୍ୟା କରିବା ପାଇଁ ମାଓବାଦୀମାନେ ଧମକ ମଧ୍ୟ ଦେଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ପୋଲିସ ପକ୍ଷରୁ ଅପରେସନ୍ ଜୋରଦାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.