ବୁର୍ଲାରେ ଜିଏସଟି ବିଭାଗର ଚଢାଉ, ପାନ ମସଲ ବୋଝେଇ ପିକଅପ୍ ଭ୍ଯାନକୁ ଲକ୍ଷାଧିକ ଟଙ୍କାର ଫାଇନ୍

ସମ୍ବଲପୁର(କେନ୍ଯୁଜ୍): ବୁର୍ଲାରେ ଜିଏସଟି ବିଭାଗ ଦ୍ବାରା ଲକ୍ଷାଧିକ ଟଙ୍କାର ଫାଇନ ଆଦାୟ। ଜଣେ ବ୍ଯବସାୟୀ ଗତ ବିଳମ୍ବିତ ରାତିରେ ବେଆଇନ ଭାବେ ଗୋଟିଏ ପିକଅପ ଭ୍ଯାନ୍ ସାହାଯ୍ଯରେ ପାନ ମସଲା ନେଉଥିଲେ। ସେହି ସମୟରେ ବୁର୍ଲା ପୋଲିସ ଦ୍ବାରା ଧରାପଡିଥିଲେ।

ତେବେ ପୋଲିସ୍  ପାନ ମସଲା ସମ୍ବନ୍ଧୀୟ କାଗଜପତ୍ର ମାଗିଥିଲେ । ହେଲେ କାଜଗପତ୍ର ଦେଖାଇନପାରିବାରୁ ପୋଲିସ ପାନ ମସଲ ବୋଝେଇ ପିକଅପକୁ ଜିଏସଟି ବିଭାଗକୁ ହସ୍ତାନ୍ତର କରିଥିଲା ।

ଯାହାଫଳରେ ଜିଏସଟି ବିଭାଗ ଉକ୍ତ ପାନ ମସଲା ନେଉଥିବା ବ୍ଯବସାୟୀ ପ୍ରମୋଦ କୁମାର ଅଗ୍ରଓାଲଙ୍କୁ ୧ ଲକ୍ଷ ୭୭ ହଜାର ୧୭୧ ଟଙ୍କାର ଫାଇନ୍ ଆଦାୟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.