ଜଗତସିଂପୁର: ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଖୁଡ଼ୀକୁ ଟାଙ୍ଗିଆରେ ହାଣି ବୀଭତ୍ସ ଭାବେ ହତ୍ଯା କଲା ପୁତୁରା। ଖାଲି ସେତିକି ନୁହେଁ, ଖୁଡ଼ୀକୁ ହାଣିବା ପରେ ନିଜେ ପୁତୁରା କରିଛି ଆତ୍ମହତ୍ୟା।
ଜଗତସିଂପୁର ଥାନା ଏକସୁଧା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି।