ଆଜି ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ୍ ସର୍ଜରୀ କରିବେ ଓଡିଆ ଡାକ୍ତର ଅକ୍ଷୟ କୁମାର ବିଶୋୟୀ

ଆଜି ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍ ସର୍ଜରୀ ହେବ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ନିକଟରେ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଉ ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀର ଦାୟିତ୍ବ ନେଇଛନ୍ତି ଓଡିଆ ଡାକ୍ତର ଅକ୍ଷୟ କୁମାର ବିଶୋୟୀ।

ସୂଚନାଯୋଗ୍ଯ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ଶନିବାର ଦିନ ସ୍ଥାନାନ୍ତର କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ହସ୍ପିଟାଲରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.