ଗ୍ରାମାଞ୍ଚଳରେ ରହୁଥିବା ଗରିବ, ଅତିଗରିବ ତଥା ପ୍ରବାସୀଙ୍କ ପାଇଁ ୪ଟି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ରାଜ୍ଯ ସରକାର

ଭୁବନେଶ୍ବର: ଗ୍ରାମାଞ୍ଚଳରେ ରହୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀଙ୍କ ପାଇଁ ପ୍ୟାକେଜ ଘୋଷଣା । ଜୀବିକା ବିକାଶ ପାଇଁ ୪ଟି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ବ୍ୟବସ୍ଥା ହୋଇଛି ।

ପ୍ୟାକେଜ ୧: ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ଋଣ
– ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ପରିବାର ସଦସ୍ୟ କୃଷି ଓ ଅଣକୃଷି ଉଦ୍ୟୋଗର ବିକାଶ ପାଇଁ ଋଣ ନେଇପାରିବେ

ପ୍ୟାକେଜ ୨: କୃଷି ଓ ଅଣକୃଷିକ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗ ଗୋଷ୍ଠୀଙ୍କୁ ଏକକାଳୀନ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ
– ୬ ମାସରୁ ଊର୍ଦ୍ଧ୍ୱ ଉଦ୍ୟୋଗ ଗୋଷ୍ଠୀ ଏବଂ ଏକ ବର୍ଷରୁ ଊର୍ଦ୍ଧ୍ୱ ଉତ୍ପାଦକ ଗୋଷ୍ଠୀ ଋଣ ନେଇପାରିବେ

ପ୍ୟାକେଜ ୩: ଅତିଗରିବ କିମ୍ବା ଅସହାୟ ପରିବାରର ଦ୍ୱାରା ପରିଚାଳିତ ଉଦ୍ୟୋଗ ତଥା ଜୀବିକା ଉନ୍ନତି ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ

ପ୍ୟାକେଜ ୪: ପ୍ରବାସୀ ଫେରନ୍ତାଙ୍କ ଦ୍ୱାରା ଉଦ୍ୟୋଗର ଆରମ୍ଭ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.