ଏଥର ପୁରୀ ରଥଯାତ୍ରାରେ ସାମିଲ ହୋଇପାରନ୍ତି ଶ୍ରଦ୍ଧାଳୁ, ପ୍ରସ୍ତୁତ ହୋଇଛି ଦୁଇଟି ପ୍ଲାନ୍‌

ପୁରୀ(କେନ୍ୟୁଜ୍):ଏଥର ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇପାରନ୍ତି ଶ୍ରଦ୍ଧାଳୁ। କୋଭିଡ ସ୍ଥିତି ନଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ । ଦେଶରେ କୋଭିଡ ସ୍ଥିତି ବଢ଼ୁଛି । ଆଗାମୀ ରଥଯାତ୍ରା ପାଇଁ ଦୁଇଟି ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ଭକ୍ତମାନେ ଆସିଲେ, କେଉଁ ପ୍ରକାର ବ୍ୟବସ୍ଥା ହେବ । କୋଭିଡ଼ ସଂଖ୍ୟା ବଢ଼ିଲେ, କେଉଁ ପ୍ରକାର ବ୍ୟବସ୍ଥା ହେବ ।

ଏଭଳି ଭାବରେ ଦୁଇଟି ବ୍ୟବସ୍ଥା ପାଇଁ ପ୍ରସ୍ତୁତି ହେଉଛି । ୨ ବର୍ଷ ପରେ କୋଭିଡ଼ ସ୍ଥିତି ଭଲ ରହିଲେ, ଶ୍ରଦ୍ଧାଳୁ ଆସିବେ । ଅଧିକ ଭକ୍ତ ସମାଗମ ନେଇ ସବୁ ବିଭାଗ ପକ୍ଷରୁ ପ୍ରସ୍ତୁତି ହେଉଛି। ସମସ୍ତ ବିଭାଗ ନିଜ ଆକ୍ସନ ପ୍ଲାନ ପ୍ରଦାନ କରିଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ବସିଥିବା ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବ।

 ବୈଠକରେ ରଥର୍ନିମାଣ,ରଥ ସାମଗ୍ରୀ, ସ୍ବାସ୍ଥ୍ୟ ଓ ପରିମଳ ସେବା,ପାନୀୟ ଜଳ ଯୋଗାଣ,ରାସ୍ତାଘାଟ ମରାମତି,ବିଦ୍ୟୁତ ଯୋଗାଣ, ଆରକ୍ଷୀ ବ୍ଯବସ୍ଥା ସମ୍ପର୍କରେ ୨୦ଟି ବିଭାଗ ନିଜ ନିଜର ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ପୁଙ୍ଖାନପୁଙ୍ଖ ଭାବେ ଆଲୋଚନା କରିବା ସହ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେଇଛନ୍ତି।ସାଧାରଣ ରଥଯାତ୍ରା ଅପେକ୍ଷା ଏଥର ଭକ୍ତଙ୍କୁ ନେଇ ରଥଯାତ୍ରା ହେଲେ ଦେଢ଼ଗୁଣା ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସବୁ ବିଭାଗ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି।

୧୫ ଲକ୍ଷ ଭକ୍ତଙ୍କ ସମାଗମ ସମ୍ଭାବନା ରଖି ବ୍ଯାପକ ପ୍ରସ୍ତୁତି କରାଯାଉଛି।୧୫ ଲକ୍ଷ ଭକ୍ତ ହେଲେ ଏହା ବିଶ୍‌ରେ ସ୍ମରଣୀୟ ରଥଯାତ୍ରା ହେବ।ଏଥିପାଇଁ UNESCO ଅନୁମୋଦନ ନିମନ୍ତେ ଚିଠି ଲେଖିବାକୁ ବୈଠକରେ ଆଲୋଚନା ବି କରାଯାଇଛି।ରଥଯାତ୍ରା କୋଡ ଅନୁଯାୟୀ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଦୁଇଟି,ଆଇନ୍‌ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ଓ ଶେଷ ସମନ୍‌ୱୟ ବୈଠକ ମୁଖ୍ଯମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥାଏ।ତେବେ କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ହେବ ରଥଯାତ୍ରା ପାଇଁ ସମନ୍‌ୱୟ କମିଟି ବୈଠକ ବସିନାହିଁ।୨ ବର୍ଷ ପରେ କୋଭିଡ ସ୍ଥିତି ସ୍ୱାଭାବିକ ହେବା ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା। ମେ ଶେଷ ବେଳକୁ ସମନ୍‌ୱୟ କମିଟି ବୈଠକ ବସିବାର ସମ୍ଭାବନା ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.