ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

MBAରେ ପ୍ରଦୀପ କୁମାର କମ୍ପ, MCAରେ ସ୍ମିତାରାଣୀ ଚୌଧୁରୀ, M.Tecରେ ପ୍ରଦୀପ କୁମାର ବାରିକ ଟପ୍ପର

ଭୁବନେଶ୍ବର(କେନ୍ୟୁଜ୍) : ପ୍ରକାଶ ପାଇଲା ଚଳିତ ବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ତଥା ଓଜେଇଇ ପରୀକ୍ଷା ଫଳ । ରାଜ୍ୟ ସଚିବାଳୟରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏମବିଏରେ ପ୍ରଦୀପ କୁମାର କାମ୍ପା ଟପ୍ପର ହୋଇଥିବା ବେଳେ ଏମସିଏରେ ସ୍ମିତାରାଣୀ ଚୌଧୁରୀ ଟପ୍ପର ହୋଇଛନ୍ତି । ସେହିଭଲି ଏମ୍‌.ଟେକ୍‌ରେ ପ୍ରଦୀପ କୁମାର ବାରିକ, ଏମ୍‌.ଫାର୍ମରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ, ବି.ଫାର୍ମରେ ସମୀର କୁମାର ପାଢୀ, ଲାଟେରାଲ ଫାର୍ମାସିରେ ଅମିତ କୋଟାଲ୍‌, ଲାଟେରାଲ ବିଏସ୍‌ସିରେ ଭବାନୀ ଶଙ୍କର ବେହେରା, ଲାଟେରାଲ ଏମସିଏରେ ସୁମନ୍ତ ପାତ୍ର, ଇଣ୍ଟିଗ୍ରେଟେଡ୍‌ ଏମ୍‌ବଏରେ ସ୍ୱୀକୃତି ମହାପାତ୍ର ଟପ୍ପର ହୋଇଛନ୍ତି । ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପରୀକ୍ଷା ଫଳ ଏକାସଙ୍ଗେ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ www. ojee.nic.in ରେ ଲଗ ଇନ୍‌ କରି ସେମାନଙ୍କ ରେଜଲ୍ଟ ଦେଖିପାରିବେ । ଚଳିତବର୍ଷ ରାଜ୍ୟରେ ୫୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୨୫ ହଜାର ୭୩୨ ଛାତ୍ରଛାତ୍ରୀ ଅଫ୍‌ ଲାଇନରେ ଓଜେଇଇ ପରୀକ୍ଷା ଦେଇଥିଲେ । ପରେ ଅନ୍‌ ଲାଇନ ପ୍ରବେଶିକା ଅନୁଷ୍ଠିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.