ଗଡ଼ିଲା ମେମୁ ଟ୍ରେନ୍‌ : ଉତ୍ସାହିତ ବ୍ରହ୍ମପୁରବାସୀ

memu train
Courtesy : http://odishatv.in

ଭୁବନେଶ୍ବର : ଗଡ଼ିଲା ମେମୁ ଟ୍ରେନ୍‌ । ପୂର୍ବତଟ ରେଳବାଇ ପକ୍ଷରୁ ବ୍ରହ୍ମପୁର-କଟକ ମଧ୍ୟରେ ଏହି ଟ୍ରେନ୍‌ ଆଜିଠୁ ଚଳାଚଳ ଆରମ୍ଭ କରିଛି । ସୋମବାରରୁ ଶନିବାର ସପ୍ତାହକୁ ୬ଦିନ ଏହି ଟ୍ରେନ୍‌ ଚାଲିବ । ବ୍ରହ୍ମପୁର-କଟକ ପାସେଞ୍ଜର ଟ୍ରେନ୍‌ ଚାଲୁଥିବା ସମୟରେ ମେମୁ ଟ୍ରେନ ଚଳାଚଳ କରିବ । ଏଥିରେ ରହିଛି ୧୨ଟି ବଗି । ଏହାସହ ସମସ୍ତ ବଗିରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା । ବାୟୋ ଟଏଲେଟ୍‌ ବ୍ୟବସ୍ଥା ରହିଛି । କ୍ଷୀପ୍ର ଗତିରେ ଯାଇ ପାରୁଥିବା ଏହି ଟ୍ରେନ୍‌ର ମଧ୍ୟଭାଗରେ ରହିଛି ଇଞ୍ଜିନ୍‌ । ତେଣୁ ଇଞ୍ଜିନ ପରିବର୍ତ୍ତନର ବି ଆବଶ୍ୟକତା ନାହିଁ । ସେହିପରି ଯାତ୍ରୀ ଭିତକୁ ନିୟନ୍ତ୍ରଣ କରିବାରେ ଏହି ଟ୍ରେନ ସହାୟକ ହେବ । ମେମୁ ଟ୍ରେନକୁ ନେଇ ବ୍ରହ୍ମପୁର ବାସୀ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.