ପୁରୀ ସ୍ୱର୍ଗଦ୍ୱାର ହେବ ସୁବ୍ୟବସ୍ଥିତ, ସ୍ୱର୍ଗଦ୍ୱାର ସେବା ସମିତିକୁ ରାଜ୍ୟ ସରକାରଙ୍କ ଅନୁମତି

ପୁରୀ : ପୁରୀ ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ଦେଇଛନ୍ତି । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି । ସ୍ୱର୍ଗଦ୍ୱାର ସେବା ସମିତି, ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟରେ ପଞ୍ଜିକୃତ । ଏହି ସମିତିରେ ମୋଟ ୯ ଜଣ ସଦସ୍ୟ ରହିପାରିବେ । ସମିତିର ଜିଲ୍ଲାପାଳ ଅଧ୍ୟକ୍ଷ ରହିଥିବା ବେଳେ ଉପଜିଲ୍ଲାପାଳ ଆବାହକ ଅଛନ୍ତି ।

ସେହିପରି ଏସ୍‌ପି, ଓଡ଼ିଶା ବନ ଉନ୍ନୟନ ମହାପ୍ରବନ୍ଧକ, ପୌର ନିର୍ବାହୀ ଅଧିକାରୀ ସଦସ୍ୟ ରହିବେ । ଜିଲ୍ଲା ପ୍ରୋଟକଲ ଅଫିସର କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ । ସମିତି ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ସାମାଜିକ କାର୍ଯ୍ୟ ସହ ଜଡ଼ିତ ୩ ଜଣ ବ୍ୟକ୍ତିବିଶେଷ ଏହି ସମିତି ସଦସ୍ୟ ରହିବେ । ସେମାନଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ହେବ । ସ୍ୱର୍ଗଦ୍ୱାର ପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.