ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ : ୩୦ରୁ ଉର୍ଦ୍ଧ୍ବ ଆହାତ, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ସୋର (କେନ୍ୟୁଜ): ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଆହାତ ବେଳେ ୭୦ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ୭ ଗୁରୁତର ଆହତଙ୍କ ବାଲେଶ୍ୱର ସ୍ଥାନାନ୍ତର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଭାରସାମ୍ୟ ହରାଇ ଚବିଶ ପ୍ରଗଣାରୁ ପୁରୀ ଶ୍ରୀଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ତୀର୍ଥ ଯାତ୍ରୀ ମମତାଜ ବସଟି ଓଲଟି ପଡିଥିଲା । WB 57E0786 ମମତାଜ୍ ନାମକ ଘରୋଇ ବସଟି ପଶ୍ଚିମବଙ୍ଗ ଚବିସପ୍ରଗଣା କାଚାରି ଅଞ୍ଚଳରୁ ପୁରି ଅଭିମୁଖେ ଯାଉଥିବା ବେଳେ ବସରେ ଏକ ଶହରୁ ଉର୍ଦ୍ଧ ତ୍ରିର୍ଥ ଯାତ୍ରୀ ଥିଲେ।

ଖବର ପାଇ ଆହତ ତୀର୍ଥଯାତ୍ରୀଙ୍କୁ ସୋର ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଉଦ୍ଧାର କାର୍ଯ୍ୟରେ ୭ ଆମ୍ବୁଲାନ୍ସ ଲାଗିଥିଲା। ୪ ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ଖବର ପାଇଁ ହେଲପିଂ ହେଣ୍ଡ ସ୍ବେଛl ସେବୀ ସଂଗଠନ, ପୋଲିସ ଓ ଦମକଳ ବାହିନୀ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ବେଛl ସେବୀ ସଂଗଠନ, ପୋଲିସ ଓ ଦମକଳ ବାହିନୀ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.