ମାଲକାନଗିରି(କେନ୍ଯୁଜ): ପୋଲିସ-ମାଓବାଦୀ ମୁହାଁମୁହିଁ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ତୁଳସୀ ପାହାଡରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପାହାଡରେ ମାଓବାଦୀମାନେ ଲୁଚି ରହିଥିବା ଖବର ପାଇ ମାଲକାନଗିରି ଏସ୍ପି ଜଗମୋହନ ମୀନାଙ୍କ ନେତୃତ୍ୱରେ ଏକ ଦଳ ତୁଳସୀ ପାହାଡରେ ଚଢାଉ କରିଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ତେବେ ଏଥିରେ କେହି ମାଓବାଦୀ ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଏବେବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
Next Post