ରାଜ୍ୟରେ ଆରମ୍ଭ ହେଲା ନିର୍ବାଚନ ପାଇଁ ସଜବାଜ

ଭୁବନେଶ୍ବର : ଆଗୁଆ ନିର୍ବାଚନ ପାଇଁ ସଜବାଜ ଆରମ୍ଭ । ବୁଥ୍ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାଯ୍ୟାର୍ଳୟରେ ବସିଥିଲା ବୈଠକ । ଆଜି ୪ଟି ଜିଲ୍ଲାର ଏଡିଏମ୍ ଏବଂ ସବକଲେକ୍ଟରଙ୍କ ସହ ବୈଠକ ହୋଇଛି । ପହଞ୍ଚି ସାରିଛି ଭିଭିପ୍ୟାଟ୍ ମେସିନ ।

ଦେଶରେ ଆଗୁଆ ନିର୍ବାଚନ ହେବ କି? ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଘନଘନ ବୈଠକ । ୫ଦିନ ଧରି ୩୦ଟି ଜିଲ୍ଲାର ଏଡିଏମ୍ ଓ ସବକଲେକ୍ଟରଙ୍କ ସହ ବୁଥ୍ ସଂଶୋଧନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାଯ୍ୟାର୍ଳୟରେ ଆଲୋଚନା ହୋଇଛି । ଗ୍ରମାଞ୍ଚଳରେ ଗୋଟିଏ ବୁଥରେ ୧୨ଶହ ଭୋଟର ଥିବା ବେଳେ ସହରାଞ୍ଚଳରେ ୧୪ଶହ ଅଛନ୍ତି । ରାଜ୍ୟରେ ମୋଟ ୩୬ ହଜାର ବୁଥ୍ ଅଛି । ତେଣୁ କିଛି ସ୍ଥାନରେ ବୁଥସଂଖ୍ୟା ବଢ଼ିପାରେ, କିଛି ସ୍ଥାନରେ କମିପାରେ । ଏହି ସବୁର ହିସାବ ଆରମ୍ଭ ହୋଇଛି । ନିର୍ବାଚନ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ, ସେନେଇ ମଧ୍ୟ ବଜେଟ୍ ପ୍ରସ୍ତୁତ ହେଉଛି ।

ଏପଟେ ରାଜ୍ୟରେ ପ୍ରମୁଖ ତନିଟି ରାଜନୈତିକ ଦଳ ନିଜକୁ ପ୍ରସ୍ତୁତ କରୁଛନ୍ତି । କଂଗ୍ରେସ ଆଗୁଆ ଟିକେଟ ଦେବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ବିଜେପି ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବୁଥସ୍ତରରେ ସାଂଗଠନିକ କାର୍ୟ୍ୟ ତ୍ୱରାନ୍ଵିତ କରିଛି । ବିଜେଡି ମଧ୍ୟ ନିଜକୁ ପ୍ରସ୍ତୁତ କରିଛି । ସବୁ ଦଳ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.