ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ଟାୟାର ଜାଳି ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିକ ମତୋ ଫାଣ୍ଡି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଚାନ୍ଦବାଲି ଭଦ୍ରକ ରାଜ୍ୟ ରାଜପଥର ଖେରଙ୍ଗରେ ଗତକାଲି ରାତିରେ ଦୀର୍ଘ ସମୟ ଧରି ରାସ୍ତାରୋକ କରାଯାଇଥିଲା । ପଂଚାୟତ ନିର୍ବାଚନ ସରିବା ପରେ ସଂନ୍ଧ୍ୟା ସମୟରେ ଖେରଙ୍ଗ ବଜାରରେ କିଛି ଲୋକ ଥିଲେ । ପୋଲିସ ପଇଁତରା ମାରିବା ସମୟରେ ଲୋକଙ୍କୁ ଘଉଡାଇବାକୁ ଯାଇ ଲୋକଙ୍କ ବାଡେଇବାର ଅଭିଯୋଗ କରିଛନ୍ତି ଲୋକେ ।

ଏମିତିକି ପୋଲିସ ଲୋକଙ୍କ ଉପରକୁ ଟେକା ପଥର ମାଡ କରିଥିବା କିଛି ଲୋକ ଅଭିଯୋଗ କରିଛନ୍ତି । ତେଣୁ ପୋଲିସର ଏପରି କାର୍ଯ୍ୟକୁ ବିରୋଧ କରି ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଦୀର୍ଘ ସମୟ ରାସ୍ତାରୋକ ହେବା ଫଲରେ ବହୁ ବସ , ଟ୍ରକ , ୨ଚକିଆ ଯାନ ରାସ୍ତାରେ ଅଟକି ରହିଥିଲା ।

ତେବେ ଖବର ପାଇ ଅତିରିକ୍ତ ଏସପି ଓ ଚାନ୍ଦବାଲି ଥାନାଧିକାରୀ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର  କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.