ସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ

arvind padhi

ପୁରୀ : ପୁଣି ଥରେ ଚର୍ଚ୍ଚାରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ସ୍କୁଲ ପରିଦର୍ଶନ ସହ ପିଲାଙ୍କୁ ପଢାଇଲେ ପାଠ । ସାକ୍ଷୀଗୋପଳ ସ୍ଥିତ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସ୍ୱଛତା ରଖିବା ସହ ପାଠ ପଢାଇଥିଲେ । ଆଉ ବିଷୟ ବସ୍ତୁଥିଲା ରାମାୟଣ । ଏହା ପରେ ଆରମ୍ଭ କରିଥିଲେ ଅନେକ ପ୍ରଶ୍ନ । ପ୍ରଶ୍ନକୁ ଶୁଣିବା ପରେ ତାର ଉତର ରଖିଥିଲେ ଛାତ୍ରମାନେ । ତେବେ ଜିଲ୍ଲାପାଳଙ୍କୁ ନିଜ  ଶିକ୍ଷକ ଭାବରେ ପାଇଥିବାରୁ ବେଶ ଖୁସିଥିଲେ ଛାତ୍ରଛାତ୍ରୀମାନେ ।

ପିଲାମାନଙ୍କୁ ପାଠ ପଢାଇ ସାରିବା ପରେ ବିଦ୍ୟାଳୟର ପ୍ରତ୍ୟେକ ଗୃହକୁ ପରିଦର୍ଶନ କରିଥିଲେ ଜିଲ୍ଲାପାଳ । ଯେଉଁ ଶ୍ରେଣୀ ଗୃହ ଗୁଡ଼ିକର ଛାତ ଭାଙ୍ଗି ଯାଇଛି ତାହାକୁ ଶୀଘ୍ର ମରାମତି କରିବା ପାଇଁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବିଦ୍ୟାଳୟର ପରିସର ସହିତ ପ୍ରତ୍ୟେକ ଗୃହକୁ ନିଜେ ପରିସ୍କାର ରଖିବା ପାଇଁ ଜିଲ୍ଲାପାଳ ତାଗିଦ କରିଥିଲେ । ଯେଉଁ ଗୃହ ଗୁଡ଼ିକ ବ୍ୟବହାର କରା ନ ଯାଇ ପରିତ୍ୟକ୍ତ ହୋଇ ପଡ଼ି ରହିଛି ତାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ତାଗିଦ କରିଥିଲେ ।

ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଜଣେ ଜିଲ୍ଲାପାଳ ଭାବରେ ଅରବିନ୍ଦ ଅଗ୍ରୱାଲ ଶିକ୍ଷକ ସାଜିବା ଘଟଣା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.