କଟକ: ଦୀପାବଳି ପୂର୍ବରୁ ବେଆଇନ ବାଣ ଗୋଦାମରେ ଚଢ଼ାଉ, ୫ ଲକ୍ଷରୁ ଅଧିକ ଟଙ୍କାର ବିସ୍ଫୋରକ ଜବତ

କଟକ(କେନ୍ୟୁଜ୍): ଦୀପାବଳି ପୂର୍ବରୁ ବେଆଇନ ବାଣ ଗୋଦାମରେ ଚଢ଼ାଉ । କଟକ ଜଗତପୁର ଥାନାର ହାତୀକଣା, ତ୍ରିଲୋଚନପୁର ଓ ଇସଲାମପୁରରେ ଚଢାଉ କରିଛି ପୋଲିସ । ୫ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି । ସେହିପରି ବାଣ ତିଆରିରେ ବ୍ୟବହୃତ ୯କେଜି ଗନ ପାଉଡର, ୪ କୋଜି ପଟାସ, ବାରୁଦ, ଲୁହାଗୁଣ୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଲକ୍ଷ୍ମୀଧର ରାଉତ, ଦୀପକ ରାଉତ, କୈଳାସ ସାମଲ । ସେହିପରି ବାଣ କାରବାରରେ ବ୍ୟବହୃତ ଏକ ପିକଅପ ଭ୍ୟାନକୁ ଜବତ ସହ ଡ୍ରାଇଭରକୁ ପୋଲିସ ଅଟକ ରଖିଛି । ବେଆଇନ ବାଣ କାରବାର ନେଇ ସୂଚନା ମିଳିବା ପରେ ପୋଲିସ ଚଢ଼ାଉ କରିଥିଲା । ଏନେଇ ୪ଟି ମାମଲା ରୁଜୁ ହୋଇଛି । କିଛି ଦିନ ତଳେ ଜଗତପୁର ଥାନାର ତ୍ରିଲୋଚନପୁର ଓ ମହାଜନପୁର ଗାଁରେ ପୋଲିସ ଚଢ଼ାଉ କରି ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ବାଣ, ବିସ୍ଫୋରକ, ଲୁହାଗୁଣ୍ଡା, ବାରୁଦ ଆଦି ଜବତ ହୋଇଥିଲା । ଏହି ଘଟଣାରେ ୧୨ଜଣଙ୍କୁ ଅଟକ ରଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.