ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା, ଆଗାମୀ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ବିଜୁଳି ଘ଼ଡ଼ଘଡ଼ି ସହ ପ୍ରବଳ କାଚିବ!

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ମୌସୁମୀର ପ୍ରଭାବ ଦୁର୍ବଳ ରହିଛି । ଜାରି ରହିଛି ଗରମ ଓ ଗୁଳୁଗୁଳି । ଦିନ ତାପମାତ୍ରା ତଥା ଆର୍ଦ୍ରତା ଅଧିକ ଥିବାରୁ କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା ବିସ୍ତତି । ଆଗାମୀ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ବିଜୁଳି ଘ଼ଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୨୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ । ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଢ଼ିବ ବର୍ଷାର ବିସ୍ତତି ଓ ପରିମାଣ । ତିନି ଦିନ ରାଜ୍ୟରେ ଜାରି ରହିବ ବର୍ଷା ।

ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଞ୍ଜମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଜାରି ହୋଇଛି ୟେଲୋ ସତର୍କତା । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ୮ ତାରିଖ ପାଇଁ ୧୩ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଦିଆଯାଇଛି ୟେଲୋ ଓ୍ଵାର୍ଣ୍ଣିଂ । ଆଗାମୀ ୪-୫ ଦିନ ଯାଏ ରାଜ୍ୟର କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.