ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି କମିସନରେଟ୍ ପୋଲିସ୍: ୪ଗିରଫ, ୨ ଫେରାର୍

ଭୁବନେଶ୍ୱର(କେନ୍ୟୁଜ୍):  ଏକ ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି କମିସନରେଟ୍ ପୋଲିସ୍ ଆଇଆର୍‌ସି ଭିଲେଜସ୍ଥିତ ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ପୋଲିସ୍ ୪ ଜଣଙ୍କୁ କାବୁ କରିଛି। ପୋଲିସ୍ ସେମାନଙ୍କଠାରୁ ଖଣ୍ଡା, ନକଲି ବନ୍ଧୁକ, ଲୁହା ରଡ୍ ଓ ଲଙ୍କାଗୁଣ୍ଡ ଜବତ କରିଛି।

ସେମାନେ ହେଲେ, ସାଲିଆସାହି ନୀଳଚକ୍ରନଗରର ପ୍ରଶାନ୍ତ କୁମାର ନାୟକ ଓରଫ ଭାଲୁ, ଏକାମ୍ରବିହାରର ଚିକୁ ସ୍ବାଇଁ, ବାଜପେୟୀନଗରର ସୁରେଶ ସାହୁ ଓ ବସ୍ତି ବିକାଶ ପରିଷଦର ପ୍ରଶାନ୍ତ କୁମାର ମହାପାତ୍ର। ଅନ୍ଯପଟେ ସେମାନଙ୍କ ଭିତରୁ ଗ୍ୟାଙ୍ଗ୍‌ ଲିଡର ଗଙ୍ଗା ରେଡ୍ଡୀ ଓ ଅନ୍ୟତମ ସହଯୋଗୀ ମଙ୍ଗୁ ସାହୁ ପୋଲିସକୁ ଚକ୍‌ମା‌ ଦେଇ ଖସିଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.