ସ୍କୁଲ ଛାତ୍ରୀଙ୍କ ଅସ୍ୱାଭାବିକ ଆଚରଣ: ଭୂତପ୍ରେତ ଭୟରେ ସ୍କୁଲ ଆସୁନାହାନ୍ତି ପିଲା

ସୋରଡ଼ା(କେନ୍ୟୁଜ୍): ସ୍କୁଲ ଛାତ୍ରୀଙ୍କ ଅସ୍ୱାଭାବିକ ଆଚରଣ। କିଏ ହଠାତ ବେହୋସ ହୋଇ ପଡିଯାଇ କାନ୍ଦୁଛି ତ କିଏ ତଳେ ପଡି ଭୂତପ୍ରେତ କଥା କହିବା ସହ ହସୁଛି। ଦୀର୍ଘଦିନ ଧରି ୯ରୁ ଅଧିକ ଛାତ୍ରୀଙ୍କ ଠାରେ ଦେଖାଯାଉଛି ଏଭଳି ଆଚରଣ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଝାଡବନ୍ଧ ଶ୍ରୀ ଗରୁଡେଶ୍‌ର ଉଚ୍ଚ ବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବାରମ୍ବାର ଏହା ଘଟିବା ପରେ ସ୍କୁଲ ରେ ପିଲାଙ୍କ ମନରେ ଛନକା ପସିଛି ଏବଂ ଉପସ୍ଥାନ କମୁଥିବା ଦେଖାଯାଇଛି।

ଗରୁଡେଶ୍ୱର ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ପାଖାପାଖି ୧୨୦ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି। ଛାତ୍ରୀଙ୍କ ମଧ୍ୟରେ ଏଭଳି ଆଚରଣ ଦେଖାଯିବା ପରେ ଅଭିଭାବକ ମାନେ ଅନ୍ଧବିଶ୍ୱାସର ସାହାରା ନେଇ ଗୁଣିଗାରେଡି ସନ୍ଦେହରେ ତାନ୍ତ୍ରିକକୁ ଡାକି ଝଡାଫୁଙ୍କା କରୁଥିବାର ଭିଡିଓ ଭାଇରାଲ ହୋଇଛି। ପରେ ମେଡିକାଲ ଟିମ ଯାଇ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି। ଧରାକୋଟ ଗସ୍ତରେ ଆସିଥିବା ଚିଫ୍‌ ଡେଭେଲୋପମେଣ୍ଟ ଅଫିସର କହିଛନ୍ତି ଏହି ଘଟଣାକୁ ତଦନ୍ତ କରାଯିବ। ଘଟଣା ସତ ହୋଇଥିଲେ ପ୍ରଧାନ ଶିକ୍ଷକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.