ନୃଶଂସ ପୁଅ ଭୁଲିଗଲା ରକ୍ତର ସମ୍ପର୍କ ନିର୍ମମ ଭାବେ ଜନ୍ମକଲା ମାଆ, ବାପାଙ୍କୁ କଲା ହତ୍ୟା

ଅନୁଗୁଳ : କିଶୋରନଗର ଥାନା ବରପଦ ଗାଁରେ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହକୁ ନେଇ ମାଆ, ବାପାଙ୍କୁ ହାତୁଡିରେ ପିଟି ପିଟି ମାରିଛି ପୁଅ । ମିଳିଥିବା ସୂଚନା ଅନୁସାରେ ପୁଅ ନିଜ ସ୍ତ୍ରୀକୁ ଆକ୍ରମଣ କରୁଥିବାବେଳେ ଏହାକୁ ବିରୋଧ କରିଥିଲେ ବାପା ମାଆ । ଏତିକିରେ ଉତ୍କ୍ଷିପ୍ତ ହୋଇ ପୁଅ ଭୁଲିଗଲା ହିତାହିତ ଜ୍ଞାନ । ପାଖରେ ଥିବା ହାତୁଡି ଆଣି ବାପା ମାଆଙ୍କ ମୁଣ୍ଡକୁ ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖାଯାଇଛି । କିଶୋରନଗର ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.