ଶ୍ରୀମନ୍ଦିର ପରିଚାଳନା କମିଟି : ଗଜପତି ଦିବ୍ୟସିଂହ ଦେବ ବୈଠକର କରିବେ ଅଧ୍ୟକ୍ଷତା

ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ସୁପରିଚାଳନା ନେଇ ନିଷ୍ପତି

ଭୁବନେଶ୍ବର : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଜପତି ଦିବ୍ୟସିଂହ ଦେବ ଏହି ବୈଠକର ଅଧ୍ୟକ୍ଷତା କରିବେ । ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ସୁପରିଚାଳନା ପାଇଁ ବୈଠକରେ କେତେକ ନିଷ୍ପତ୍ତି ନିଆଯିବ । ରତ୍ନ ଭଣ୍ଡାର ଚାବି ହଜିବା ଓ ଏହା ପରେ ଡୁପ୍ଲିକେଟ୍ ଚାବି ରେକର୍ଡ ରୁମ୍ରୁ ମିଳିବା ପରେ ଏହି ବୈଠକ ବସୁଥିବାରୁ ଏସଂପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ଶ୍ରୀମନ୍ଦିର ପରିଚାଳନା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ଅନୁପାଳନ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯିବ ।

ବୈଠକରେ ଗଜପତି ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଏସ୍ପି ସାର୍ଥକ ଷଡଙ୍ଗୀଙ୍କ ସହ ପରିଚାଳନା କମିଟିର ସଦସ୍ୟ ଓ ସେବାୟତ ପ୍ରତିନିଧି ଯୋଗଦେବେ । ନୂଆ କରି ଯୋଗଦେଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଏହା ପ୍ରଥମ ପରିଚାଳନା କମିଟି ବୈଠକ । ଆସନ୍ତା ୨୮ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଜୁଲାଇ ୧୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.