ପ୍ରାକୃତିକ ବିପର୍ୟ୍ୟୟକୁ ଲଢ଼ିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି !

ଭୁବନେଶ୍ବର : ରାଜ୍ୟରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ପାଇଁ ଜିଲ୍ଲା ଓ ରାଜ୍ୟସ୍ତରୀୟ ପରିଚାଳନା କାର୍ୟ୍ୟ ଯୋଜନା ପ୍ରସ୍ତୁତ ହୋଇସାରିଛି । ସେହିପରି ବିପର୍ୟ୍ୟୟ ମୁକାବିଲା ପାଇଁ ୩୧୬ଟି ବାତ୍ୟା ଆଶ୍ରୟସ୍ଥଳୀରେ ବଜ୍ରପାତ ନିରୋଧକ ଲଗାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ପ୍ରାକୃତିକ ବିପର୍ୟ୍ୟୟ କାର୍ୟ୍ୟନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ରାସାୟନିକ ଦୁର୍ଘଟଣାର ମୁକାବିଲା ପାଇଁ ରାଜ୍ୟ କ୍ରାଇସିସ ଗ୍ରୁପ ଗଠନ କରାଯିବା ସହ ରାଜ୍ୟର ପ୍ରତି ପଞ୍ଚାୟତରେ ସ୍ୱୟଂ ଚାଳିତ ପାଣିପାଗ କେନ୍ଦ୍ର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । ଅନୁରୂପ ଭାବେ ୧୦ଟି ନୂତନ ଓଡ୍ରାଫ ଟିମ ଗଠନ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.