ଆଇନର ଚକ୍ରବ୍ୟୂହରେ ଟିଟୋ : ଧୀରେ ଧୀରେ ଖୋଲୁଛି କଳାସାମ୍ରାଜ୍ୟର କଳାକାହାଣୀ

Gangster Tito

ଭୁବନେଶ୍ବର : ଧୀରେ ଧୀରେ ଖୋଲୁଛି ଟିଟୋର କଳାସାମ୍ରାଜ୍ୟ । ଲଗାତର ଦ୍ୱିତୀୟ ଦିନ ପାଇଁ ଟିଟୋ ଘରେ ଏସଟିଏଫର ରେଡ୍‌ । ସେହିପରି ଟିଟୋର ବହୁ ବ୍ୟାବସାୟିକ ଅନୁଷ୍ଠାନ ଓ ପେଟ୍ରୋଲ ପମ୍ପ ଉପରେ ମଧ୍ୟ ହୋଇଛି ଚଢ଼ାଉ । ଏସବୁକୁ ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଦୁଇ ଦିନ ଧରି ଚଢ଼ାଉ ବେଳେ ୨୭ଟି ଗାଡି ଜବତ କରିଛି ଏସଟିଏଫ । ବିଭିନ୍ନ ବ୍ୟାଙ୍କରେ ଥିବା ଟିଟୋର ଆକାଉଣ୍ଟକୁ ଜତବ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖାହୋଇଛି ।

ସେପଟେ ଟିଟୋର ମୁଖ୍ୟ ସହଯୋଗୀ ଏସ୍‌. କେ ଚାନୋକୁ ୫ ଦିନ ପାଇଁ ରିମାଣ୍ଡରେ ଆଣିଛି ଏସଟିଏଫ୍‌ । ଟିଟୋର ବ୍ୟାବସାୟିକ କାରବାର ଠାରୁ ଆରମ୍ଭ କରି ବେଆଇନ୍‌ ଅର୍ଥ କାରବାର ସବୁ କିଛି ବୁଝୁଥିଲା ଚାନୋ । ଚାନୋ ନିକଟରୁ ତଥ୍ୟ ଉଗାଳିବାକୁ ଚେଷ୍ଟା ଚଳାଇଛି ଏସଟିଏଫ୍‌ ।

ଆସନ୍ତାକାଲି ଟିଟୋର ପ୍ରଥମ ପଯ୍ୟାର୍ୟ ୫ ଦିନିଆ ରିମାଣ୍ଡ ଅବଧି ସରୁଛି । ପୁଣିଥରେ ତାକୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ । ଏବେ ସୁଦ୍ଧା ଟିଟୋ ଓ ତା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି ଏସଟିଏଫ୍‌ । ଗତକାଲି ଟିଟୋର ଜଣେ ସହଯୋଗୀ ଚଗଲାର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିଲା । ଆଗକୁ ଟିଟୋ ଲିଙ୍କରେ ଆଉ କିଛି ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଏସଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.