ଆଜିକୁ ‘ଫନି’ ବାତ୍ୟାକୁ ୧୧ ଦିନ ବିତି ଯାଇଛି। ଏହାପରେ ମଧ୍ୟ ବାଣୀବିହାର ସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଦ୍ୟୁତ ଆସି ନାହିଁ। ଏନେଇ ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବାହ ସାଧାରଣ ହୋଇସାରିଛି। କିନ୍ତୁ ରାଜଧାନୀର ମଧ୍ୟରେ ଉପସ୍ଥିତ ଥିବା ଉତ୍କଳ ବିଶ୍ବବିଦ୍ୟାଳୟରେ ଏପର୍ୟ୍ୟନ୍ତ ବିଦ୍ୟୁତ ଆସିନାହିଁ। ଏଣୁ ଶୀଘ୍ର ବିଦ୍ୟୁତ ଦାବିରେ ମଙ୍ଗଳବାର ଦିନ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି।