ଏହି ୧୧ଟି ସର୍ତ୍ତରେ ହେବ ରଥଯାତ୍ରା : ସୁପ୍ରିମକୋର୍ଟ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ବଡ଼ଦାଣ୍ଡରେ ଗଡ଼ିବ ରଥ। କରୋନା ମହମାରୀ ଭିତରେ ସର୍ତ୍ତମୂଳକ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମନ୍ଵୟରେ ଯାତ୍ରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ରଥଯାତ୍ରା ପାଇଁ ୧୧ଟି ସର୍ତ୍ତ ଲଗାଇଛନ୍ତି ସୁପ୍ରିମକୋର୍ଟ ।

  •  ପୁରୀ ସହରର ସବୁ ପ୍ରବେଶ ପଥ ବନ୍ଦ ରହିବ ।
  • ଏୟାରପୋର୍ଟ, ରେଲେଓ୍ଵ ଷ୍ଟେସନ୍‌ ଓ ବସ୍‌ଷ୍ଟାଣ୍ଡ ରାସ୍ତା ସିଲ ହେବ ।
  • ପୂରା ରଥଯାତ୍ରା ସମୟରେ ପୁରୀରେ କର୍ଫ୍ୟୁ ଲାଗିବ ।
  • ଆଜି ରାତି ୮ଟାରୁ କର୍ଫ୍ୟୁ ଜାରି ହେବ । ଅନ୍ୟ ଦିନରେ ଆବଶ୍ୟକ ମନେ ହେଲେ କର୍ଫ୍ୟୁ ଲଗାଇବେ ରାଜ୍ୟ ସରକାର ।
  • କର୍ଫ୍ୟୁ ସମୟରେ କେହି ଘରୁ ବାହାରିପାରିବେ ନାହିଁ ।
  • ତୃତୀୟ ସର୍ତ୍ତ ହେଉଛି ପ୍ରତି ରଥକୁ ୫ ଶହରୁ ଅଧିକ ଲୋକ ଟାଣି ପାରିବେ ନାହିଁ ।
  • ଯେଉଁମାନେ ରଥ ଟାଣିବେ ସମସ୍ତଙ୍କର କରୋନା ପରୀକ୍ଷା ହେବ ।
  • ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ରହିବ, କେବଳ ସେହିମାନେ ରଥ ଟାଣି ପାରିବେ ।
  • ଏହି ୫୦୦ ଭିତରେ ରହିବେ ସେବାୟତଙ୍କ ସହ ଅନ୍ୟ କର୍ମଚାରୀ ଓ ପୋଲିସ ।ସେହିପରି ଗୋଟିଏ ରଥ ଓ ଅନ୍ୟ ରଥ ଟାଣିବା ଭିତରେ ୧ ଘଣ୍ଟା ବ୍ୟବଧାନ ରହିବ ।
  • ଯିଏ ରଥ ଟାଣିବେ, ସେମାନେ ରଥଟଣା ସମୟରେ, ତା ପୂର୍ବରୁ ଓ ପରେ ସାମାଜିକ ବ୍ୟବଧାନ ରକ୍ଷାକରିବେ ।
  • କରୋନା ନେଗେଟିଭ୍‌ ସେବାୟତମାନେ ନୀତିକାନ୍ତି କରିବେ ଏବଂ ସେମାନଙ୍କ ମଧ୍ୟରେ ସାମାଜିକ ବ୍ୟବଧାନ ରହିବ ।

ପୂର୍ବ ରାୟର ପୁନର୍ବିଚାର ପାଇଁ ହୋଇଥିବା ପିଟିସନର ଭିଡିଓ କନଫରେନ୍ସିଂରେ ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଏସ୍‌. ଏ. ବୋବଡେ, ଜଷ୍ଟିସ ଦୀନେଶ ମାହେଶ୍ୱରୀ ଓ ଜଷ୍ଟିସ ଏ. ଏସ୍‌. ବୋପନ୍ନାଙ୍କ ତିନି ଜଣିଆ ଖଣ୍ଡପୀଠ । ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସମନ୍ଵୟରେ ପୁରୀରେ ରଥଯାତ୍ରା ପାଇଁ ଅନୁମତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.