ଆଜି କଟକ ତାଳଦଣ୍ଡା କେନାଲ ପାର୍ଶ୍ୱ ରାସ୍ତାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ : ଆଜି କଟକ ତାଳଦଣ୍ଡା କେନାଲ ପାର୍ଶ୍ୱ ରାସ୍ତାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୬ଟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତାଳଦଣ୍ଡାର ବାମ ଓ ଡାହାଣ କେନାଲ ବନ୍ଧକୁ ୩ ଲେନ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ଉଭୟ ବନ୍ଧ ରାସ୍ତା ଜୋବ୍ରା ବ୍ୟାରେଜ ନିକଟ କଟକ ରିଂ ରୋଡ ସହ ଯୋଡ଼ି ହେବ । ଫଳରେ ଏସ୍‌ସିବି ମେଡିକାଲ ଆସୁଥିବା ରୋଗୀ ବିନା ଅସୁବିଧାରେ ଯାଆସ କରିପାରିବେ । ବାହାର ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଆଉ ଅସୁବିଧା ହେବ ନାହିଁ । ଏହା ପୂର୍ବରୁ ଗ୍ରାଉଣ୍ଡ ରିଅଲିଟି ଚେକ୍‌ କରିଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ୍‌ । ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ କଟକ ଗସ୍ତ ସମୟରେ କଟକ ବଡ଼ ମେଡିକାଲର ରାସ୍ତା ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.