ବେଙ୍ଗାଲୁରୁ(କେନ୍ଯୁଜ୍): ବେଙ୍ଗାଲୁରୁର କୋରାମଙ୍ଗଳା ଠାରେ ଥିବା କୋରି ମଙ୍ଗଳା ବାରରେ ଥିବା ମେନୁରେ ବିଦେଶୀ ମଦ ସହିତ ଟଙ୍କ ତୋରାଣୀ, ମେନୁରେ ରଖିବା ପରେ ସୃଷ୍ଟି ହୋଇଥିଲା ବିବାଦ । ଯାହା ଓଡିଶା ଓ ଓଡ଼ିଆଙ୍କୁ କଠୋର ଆଘାତ ଦେଇଥିଲା । ଯାହାକି ଜଗନ୍ନାଥ ପ୍ରେମୀକୁ କଷ୍ଟ ଦେଇଥିଲା ।
ଶେଷରେ ପ୍ରବାସି ଓଡ଼ିଆଙ୍କ ହସ୍ତକ୍ଷେପ ପରେ ଉକ୍ତ ବାର ତାର ମେନୁରୁ ଏହାକୁ ହଟାଇ ଦେଇଥିବର ଜଣାପଡିଛି । ଏଥି ସହିତ ଜମାଟୋରୁ ମଧ୍ୟ ଏହା ହଟାଯାଇଛି । ଅନ୍ଯପଟେ ବାର ମାଲିକ ଏହି ଘଟଣାରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିବା ଜଣାପଡିଛି।